ରାଜ୍ୟର ବରିଷ୍ଠ ନେତାଙ୍କ ସହ ବୈଠକ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦେଲେ ପରାମର୍ଶ ।

Advertisment
ରାଜ୍ୟର ବରିଷ୍ଠ ନେତାଙ୍କ ସହ ବୈଠକ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦେଲେ ପରାମର୍ଶ ।

ପଞ୍ଚାୟତ ନିର୍ବାଚନ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ଭର୍ଚ୍ଚୁଆଲ ବୈଠକରେ ରାଜ୍ୟ ପଦାଧିକାରୀ, ସାଂସଦ ଏବଂ ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଡୋର୍ ଟୁ ଡୋର୍ ଓ ଫୋନ୍ ଟୁ ଫୋନ୍ କ୍ୟାମ୍ପେନ ମାଧ୍ୟମରେ ଲୋକଙ୍କ ପାଖରେ ପହଁଚାଇବାକୁ ପ୍ରାଥମିକତା ଦେବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ତୃଣମୂଳ ସ୍ତରରେ ଦଳକୁ ଆହୁରି ସଦୃଢ଼ କରିବାରେ ପଞ୍ଚାୟତ ନିର୍ବାଚନ ଏକ ସୁଯୋଗ ଆଣିଛି । ଏଥିପାଇଁ କାର୍ଯ୍ୟକର୍ତ୍ତାମାନେ ନିର୍ବାଚନ ପାଇଁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଦ୍ୱାରା ଲୋକ ସମ୍ପର୍କକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏହାସହ ଫୋନ ଟୁ ଫୋନ୍ କ୍ୟାମ୍ପେନ ଉପରେ ପ୍ରାଥମିକତା ଦେବାକୁ ପଡ଼ିବ । ଆଜି ସମୟରେ ପ୍ରତ୍ୟେକ ଲୋକ ବିଶେଷ ଭାବରେ ଯୁବବର୍ଗଙ୍କ ପାଖରେ ମୋବାଇଲ ରହିଛି । ପ୍ରତ୍ୟେକ ମୋବାଇଲରେ ଫେସବୁକ୍, ଟ୍ୱିଟର ଏବଂ ବିଭିନ୍ନ ମାଧ୍ୟମରେ ବିଜେପିର ବିକାଶର ବାର୍ତ୍ତା, ବିଗତ ବର୍ଷରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତାକୁ ଲୋକମାନଙ୍କ ପାଖରେ ପହଁଚାଇବାକୁ ହେବ । ତେବେ ଯାଇ ଆମେ ଦଳର ରାଜନୈତିକ ଲକ୍ଷ୍ୟକୁ ହାସଲ କରିପାରିବା । ଓଡିଶାରେ ବିଜେପି ଦୀର୍ଘ ଦଶନ୍ଧି ଧରି ନିଜ ପରିଶ୍ରମ ଓ ଜନଆଶୀର୍ବାଦ ବଳରେ ବିରୋଧୀ ଦଳ ଭାବରେ ଆଜି ପ୍ରତିଷ୍ଠିତ ହୋଇପାରିଛି । ଆମ ଦଳର ଲକ୍ଷ୍ୟକୁ ହାସଲ କରିବା ପାଇଁ ଲୋକଙ୍କ ପାଖରେ ଦଳ ବିଜେପି କରୋନା ନିୟମକୁ ମାନି କ୍ଷୁୂଦ୍ର କ୍ଷୁଦ୍ର ସଂଗଠନ ମାଧ୍ୟମରେ ଘରେ ଘରେ ବିଜେପିର ବାର୍ତ୍ତା ପହଁଚାଇବାକୁ ହେବ ।

ବର୍ତ୍ତମାନ ସମୟରେ ଦଳର ପ୍ରସଙ୍ଗ ରହିଛି କେନ୍ଦ୍ରର ପ୍ରତିଟି କ୍ଷେତ୍ରରେ ବିପୁଳ ଅର୍ଥ ଅନୁଦାନ ପରେ ମଧ୍ୟ ରାଜ୍ୟରେ ଏହି ଟଙ୍କା ହରିଲୁଟ ହେଉଛି । ଶିକ୍ଷା କ୍ଷେତ୍ରକୁ ପ୍ରଧାନ୍ୟ ଦେଇ ଚଳିତ କେନ୍ଦ୍ର ବଜେଟରେ ଗରିବ ଓଡିଆ ପିଲାକୁ ଓଡିଆ ଭାଷାରେ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଓା୍ୱନ କ୍ଲାସ ୱାନ ଟିଭି ଚ୍ୟାନେଲ ଅନ୍ତର୍ଗତ ୧୨ରୁ ୨୦୦ ଟିଭି ଚ୍ୟାନେଲର ବ୍ୟବସ୍ଥା ସହ ଶିକ୍ଷା ବିଭାଗ ପାଇଁ ଇତିହାସରେ ପ୍ରଥମ ଥର ପାଇଁ ୧ ଲକ୍ଷ ୪ ହଜାର ୨୭୭ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା ହୋଇଛି । ରେଳବାଇ କ୍ଷେତ୍ରରେ ଗୋଟିଏ ଷ୍ଟ୍ରୋକରେ ୯ ହଜାର ୭୩୪ କୋଟି ଅନୁଦାନ ପୂର୍ବୋଦୟ ମିଶନରେ ମୋଦି ସରକାରଙ୍କ ଓଡିଶା ଗରିବ କଲ୍ୟାଣର ପ୍ରୟୋଗଶାଳା ହେବାର ନାରାକୁ ପ୍ରତିପାଦିତ କରୁଛି । ଏ ସବୁ କଥାକୁ ଆମକୁ ଭୋଟର ଭାଇ ଭଉଣୀ ମାନଙ୍କୁ ବୁଝାଇବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ମୋଦି ସରକାରଙ୍କ ମୂଳମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ । ଏହି ମନ୍ତ୍ରରେ ଆମକୁ ନିର୍ବାଚନ ଲଢ଼ିବାକୁ ହେବ । ବିଜେପି କେବଳ ପ୍ରାର୍ଥୀ ଜିତାଇବା ପାଇଁ ମଇଦାନକୁ ଓହ୍ଲାଇବ ନାହିଁ ବରଂ ଆଗାମୀ ନିର୍ବାଚନ ସମୟବଦ୍ଧ ଯୋଜନା ଓ ଦୂରଦୃଷ୍ଟି ସମ୍ପନ୍ନ ବିକାଶର ନକ୍ସା ଆଧାରରେ ଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା, କେନ୍ଦ୍ର ସରକାରଙ୍କ ଟଙ୍କାର ହରିଲୁଟ, ଶାସକ ଦଳର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତା, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ, ଜିଲ୍ଲା ପ୍ରଭାରୀଗଣ, ଜିଲ୍ଲା ସଭାପତି ଏବଂ ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe