କନକ ବ୍ୟୁରୋ: ୨ ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଳାୟ ପାଇବା ପରେ ଧର୍ମେନ୍ଦ୍ରଙ୍କର ଏହା ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଶ୍ରୀ ପ୍ରଧାନ ଆଇଆଇଟି ଜାମ୍ମୁ କ୍ୟାମ୍ପସର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ କରିବେ । ଅପରାହ୍ନରେ ଜାମ୍ମୁରେ ପହଂଚିବା ପରେ ମାଆ ବୈଷ୍ଣୋଦେବୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ସହ ଶିକ୍ଷା ବିଭାଗ ସହ ଯୋଡ଼ି ହୋଇ ରହିଥିବା ବିଭିନ୍ନ ବିଷୟରେ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ ଧର୍ମେନ୍ଦ୍ର । ଆସନ୍ତାକାଲି ଆଇଆଇଟି ଜାମ୍ମୁ କ୍ୟାମ୍ପସର ନୂତନ ଗୃହ ଲୋକାର୍ପଣ କରିବା ସହ ଇ-ଇଦଘାଟନୀ କାର୍ଯ୍ୟରେ ସାମିଲ ହେବେ । ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜଭବନ ଠାରେ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/07/dharmendra-pradhan-pti-featured-image.png)