ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ

66

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୂଆ ମଜବୁତ ହେବ । ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ସନ୍ଦେଶ ଦେଉଛି । ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ କାରଣରୁ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିକୁ ପ୍ରଧାନ୍ୟ ଦେଇଛି ।

ଅମୃତକାଳରେ ଆମେ ସମସ୍ତେ ମିଳିମିଶି ପରାଶ୍ରମ କରିବା ଏବଂ ଭାରତକୁ ବିକଶିତ ଦେଶରେ କରିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ସନ୍ଦେଶ ଦେଉଛି । ମିଳିମିଶି କରି ରହିଲେ ହିଁ ପରିବାର, ସମାଜ ଏବଂ ଦେଶରେ ଭାଇଚାରା ବଢିବ । ଦେଶରେ ଭାଇଚାରା ବଢିଲେ ହିଁ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ । ଆମେ ସମସ୍ତେ ମିଶିକରି ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଶୁଭ ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ।