ଗଡ଼ିଲା ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ । ଭୁବନେଶ୍ୱର ରେଳ ଷ୍ଟେସନରୁ ଦିଲ୍ଲୀ ଗଲା ସଂଗୃହୀତ ପବିତ୍ର ମାଟି
କନକ ବ୍ୟୁରୋ : ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା । କେନ୍ଦ୍ରମନ୍ତ୍ରୀ . ସାଂସଦ, ବରିଷ୍ଠ ବିଜେପି ନେତା ଓ କର୍ମୀ ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟିକୁ ଧରି ଶୋଭାଯାତ୍ରା କରିଛନ୍ତି ।
ଏହି ପବିତ୍ର କଳସକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ୍ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି । ‘ମୋ ମାଟି ମୋ ଦେଶ’ ଅଭିଯାନରେ ଜଡ଼ିତ ବ୍ୟକ୍ତିମାନଙ୍କୁ ନୂଆଦିଲ୍ଲୀ ଯିବା ପାଇଁ ସୁବିଧା ପ୍ରଦାନ କରିଛି ଏହି ସ୍ୱତନ୍ତ୍ର ଟ୍ରେନ । ଆସନ୍ତାକାଲି ଅପରାହ୍ଣ ସାଢ଼େ ୨ଟାରେ ଏହା ନୂଆଦିଲ୍ଲୀରେ ପହଂଚିବ । ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୋ ମାଟି ମୋ ଦେଶ ଅଭିଯାନରେ ଓଡ଼ିଶାର ଅନେକ ଗାଁରୁ ସଂଗୃହୀତ ପବିତ୍ର ମାଟି କଳସକୁ ସ୍ୱାଗତ କରାଯାଇଥିଲା