ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଏସସିବି ମେଡିକାଲରେ ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ।

120

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ପାଇଁ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଏସସିବି ମେଡିକାଲର ପ୍ଲାଜମା ସେଣ୍ଟରରେ ପହଞ୍ଚି ସେ ପ୍ଲାଜମା ଦାନ କରିଛନ୍ତି । ଆଜି ପ୍ଲାଜମା ଦାନ ପାଇଁ ସେ ଘୋଷଣା କରିଥିଲେ । କରୋନାରୁ ଆରୋଗ୍ୟ ହୋଇଥିବାରୁ ସେ ପ୍ଲାଜମା ଦାନ କରିଛନ୍ତି ।

ତେବେ ପ୍ଲାଜମା ଦାନ କିରଥିବା ନେଇ ସେ ଟ୍ୱିଟ୍ କରିୁ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍୍ କରି ଲେଖିଛନ୍ତି କି କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କ ପରାମର୍ଶ ପରେ କଟକ ଏସସିବିରେ ପ୍ଲାଜମା ଦାନ କଲି । ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ପାଇଁ ପ୍ଲାଜମାର ମହତ୍ୱର୍ଣ୍ଣ ଭୂମିକା ରହିଛି ।

ଗତ ଅଗଷ୍ଟ ୨୪ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ ଚିକିତ୍ସା ପାଇଁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି ।