କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ଭାଙ୍ଗି ପଡ଼ିଥିବା ଓଡ଼ିଶାକୁ ପୁଣି ଗଢ଼ିବାକୁ ଉଦ୍ୟମ । ଫୋନିରେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାଙ୍ଗି ଯାଇଥିବା ଘର, ନଷ୍ଟ ହୋଇଯାଇଥିବା ଫସଲ ଓ ପଶୁ ସମ୍ପଦର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତି ପୂରଣ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ରେ ବିଧ୍ୱସ୍ତ ପୁରୀ ଜିଲ୍ଲା ଗସ୍ତ ସମୟରେ ନିମାପଡ଼ା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅଞ୍ଚଳର ଲୋକମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ସମୟରେ ଘର ଭଙ୍ଗା, ଫସଲ ନଷ୍ଟ ଓ ପଶୁ ସମ୍ପଦ ନଷ୍ଟର ଆକଳନ ପୂର୍ବ ପ୍ରାକୃତିକ ବିପର୍ଯ୍ୟୟ ସୟମରେ ବିଳମ୍ବ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ ସ୍ଥାନୀୟ ଲୋକେ । ତେଣୁ ଚଳିତ ବାତ୍ୟାରେ ନଷ୍ଟ ହୋଇଥିବା ସମ୍ପତିର କ୍ଷୟକ୍ଷତି ଆକଳନ ତୁରନ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ ‘ଫୋନି’ ପ୍ରଭାବିତ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/59353360_2236087909808109_4932941123967516672_n.jpg)