ନବୀନଙ୍କୁ ନକଲ କଲେ ଧର୍ମେନ୍ଦ୍ର ! ବିରୋଧୀଙ୍କ ମୁହଁରେ ଭାଇରାଲ ହେଲା ଆପଣମାନେ ଖୁସି ତ?

202

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ସରଗରମ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚର୍ଚ୍ଚିତ ନାରା ଆପଣମାନେ ଖୁସି ତ ? ଯାହାର ନକଲ କରିଛନ୍ତି ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗିର କଣ୍ଟାବାଞ୍ଝିରେ ଓବିସି ମହାସମ୍ମିଳନୀରେ ନବୀନଙ୍କ ଡାଇଲଗକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର । ବିଭିନ୍ନ ପ୍ରସଙ୍ଗକୁ କାଉଣ୍ଟର କରି ନବୀନଙ୍କ ଡ଼ାଇଲଗ ଆପଣମାନେ ଖୁସି ତ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାସହ ନବୀନଙ୍କୁ କଟାକ୍ଷ କରି କହିଛନ୍ତି  ଯେ, ମୁଖ୍ୟମନ୍ତ୍ରୀ ଯୁଆଡେ ଯାଉଛନ୍ତି ଦେଢମିନିଟର ଭାଷଣ ଦେଉଛନ୍ତି ।  ଆଉ  ଯୁଆଡେ ଯାଉଛନ୍ତି କହୁଛନ୍ତି  ଆପମାନେ ଖୁସି ତ , ମୁଁ ବି ଖୁସି ।

ନିର୍ବାଚନ ପାଖେଇ ଆସିଲା ଜୋର ଧରିଲା ଆରୋପ ପ୍ରତ୍ୟାରୋପ ରାଜନୀତି । ଦୀର୍ଘ ୧୯ ବର୍ଷର ଶାସନରେ ଥିବା ବିଜେଡି ସରକାରଙ୍କୁ ନିଶାନା କରିଛନ୍ତି ଧର୍ମେନ୍ଦ୍ର । ବଲାଙ୍ଗିର ବାସିଙ୍କୁ ପାଣି ମିଳିଲାନି । ବେକାରୀ ସମସ୍ୟା ଏବଂ ଗରୀବି ରାଜ୍ୟର ମୁଖ୍ୟ ମୁଦ୍ଦା ପାଲଟିଛି ଆଉ ଲୋକମାନେ ଦୁଃଖରେ ଅଚନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପଣମାନେ ଖୁସି ତ, ମୁଁ ବି ଖୁସି । ବଲାଙ୍ଗିର କଣ୍ଟାବାଞ୍ଝିରେ ବିଜେପି ପକ୍ଷରୁ ହେଉଥିବା ଓବିସି ମହାସମ୍ମିଳନୀରେ ଆରମ୍ଭରୁ ଶେଷ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଡାଇଲଗକୁ ମୁଖସ୍ତ କଲା ଭଳି ଜନତାକୁ କଟାକ୍ଷ କରି କହିଛନ୍ତି ଧର୍ମେନ୍ଦ୍ର ।

Naveen and dharmendra pradhanସେପଟେ ବିଜେଡି ଏହାର ଜବାବ ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଯେଉଁ ଦଳ ଦୀର୍ଘ ୫ ବର୍ଷ ମଧ୍ୟରେ ଓଡ଼ିଶାକୁ କେବଳ ପ୍ରତାରିତ କରି ଆସିଛି ତାଙ୍କୁ ରାଜ୍ୟବାସୀଙ୍କ ସମ୍ମୁଖକୁ ଯିବାକୁ ଲାଜ ଲାଗିବା କଥା । କେବଳ ନିର୍ବାଚନ ଆସିଲେ ଲୋକଙ୍କ କଥା ମନେ ବିଜେପିର ମନେପଡ଼େ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆଶର୍ବାଦ ରହିଛି । ଏବଂ ସେମାନେ ପୁଣିଥରେ ଚାହୁଁଛନ୍ତି ନବୀନ ସରକାରଙ୍କୁ କ୍ଷମତା ଡ଼ୋରୀ ଦେବାକୁ ମନବଳାଇଛନ୍ତି ବୋଲି କହିଛନ୍ତି ସସ୍ମିତ ।