କନକ ବ୍ୟୁରୋ: ନିର୍ବାଚନ ପ୍ରଚାରରେ ବ୍ୟସ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭୋଟ ଭିକ୍ଷା କରିଛନ୍ତି । ସକାଳ ୧୦ଟାରେ ଜିଏମ୍ କଲେଜ ଛକରେ ସ୍ୱାଧିନତା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପର୍ଯ୍ୟାୟକ୍ରମେ କେମିଷ୍ଟ, ଡ୍ରଗିଷ୍ଟ ଆସୋସିଏସନ୍, ବରିଷ୍ଠ ଆଇନଜୀବୀ, ନୂଆ ଭୋଟର ଓ ଏଭିବିପି କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ଘୋଷଣା ହେବା ପରେ ଜିଲ୍ଲାରେ ମାରାଥନ୍ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର ।