ଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇପାରୁନଥିବା ମୃତଦେହର କରାଯିବ ଡିଏନଏ ଟେଷ୍ଟ

Advertisment
ଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇପାରୁନଥିବା ମୃତଦେହର କରାଯିବ ଡିଏନଏ ଟେଷ୍ଟ

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ହସପିଟାଲରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତଦେହ ନେବାକୁ ଆସୁଥିବା ମୃତକଙ୍କ ଆତ୍ମୀୟସ୍ୱଜନଙ୍କ ସହ ଆଲୋଚନା କରିଥିବା ବେଳେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନଏ ଟେଷ୍ଟ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏଯାଏ ହସପିଟାଲରେ ୮୨ଟି ମୃତ ଶରୀର ରହିଛି । ଯାହାକି ଏଯାଏ ଚିହ୍ନଟ ହୋଇପାରିନି ।

ସେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଆତ୍ମୀୟସ୍ୱଜନ ମେଡିକାଲରେ ପହଂଚିଥିବା ବେଳେ ଚିହ୍ନଟ ପ୍ରୟାସ ଜାରିରହିଛି । ପୋଷ୍ଟମର୍ଟମ ରିପୋର୍ଟ ସହ ସମସ୍ତ ରିପୋର୍ଟ ସହ ସହାୟତା ମଧ୍ୟ ଦିଆଯାଉଛି । ୮୨ଜଣ ଚିହ୍ନଟ କରିବାରେ ଅସୁବିଧା ହେଉଛି । ଡିଏନଏ ହିଁ ଏକମାତ୍ର ରାସ୍ତା ମୃତଦେହ ଚିହ୍ନଟ କରିବାରେ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଭାବେ ସମସ୍ତ କାର୍ଯ୍ୟ କରାଯାଉଛି । ଆଧାରକାର୍ଡ ପରିଚୟ ପତ୍ର ଆଦି ଯାଞ୍ଚ ପରଖ କଲାପରେ ହିଁ ମୃତଦେହ ହସ୍ତାନ୍ତର କରାଯାଉଛି । ଦୁର୍ଘଟଣା ଦିନ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ହସପିଟାଲରେ ଭର୍ତି କରାଯାଇଛି । ଏମ୍ସରେ ଯେଉଁ କିଛି ମୃତଦେହ ରହିଛି ତାର ସଠିକ୍ ଭାବେ ଯାଞ୍ଚ କରାଯିବା ସହିତ ଡିଏନଏ ଟେଷ୍ଟ କରାଯାଇ ସ୍ୱଜନଙ୍କୁ ମୃତଦେହକୁ ହସ୍ତାନ୍ତର କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe