ପୋଲିସ ଅଧିକାରୀ ବନାମ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଂଚ କରିବାବେଳେ ବିରୋଧ କଲେ ଧର୍ମେନ୍ଦ୍ର, ରାସ୍ତା ମଝିରେ ଚାଲିଲା ଯୁକ୍ତି ତର୍କ ।

1,062

କନକ ବ୍ୟୁରୋ: ଗତକାଲି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଏମସିଏଲ ହେଲିପ୍ୟାଡରେ ପହଚିଂବା ପରେ ହେଲିକପ୍ଟରକୁ ଯାଂଚ କରିବାକୁ ଚାହିଁଥିଲେ ପୁଲିସ ଅଧିକାରୀ । କିନ୍ତୁ ଧର୍ମେନ୍ଦ୍ର ପୁଲିସ ଅଧିକାରୀଙ୍କ ଏଭଳି ଆଚରଣରେ କ୍ଷୁବ୍ଧ ହୋଇଯାଇଥିଲେ । ସେମାନଙ୍କୁ କାଗଜ ଦେଖେଇବାକୁ କହିଥିଲେ । ଏହା ପରେ ବୁର୍ଲା ଏସଡିପିଓ ଘଟଣା ସ୍ଥଳରେ ପହଚିଂଥିଲେ । ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ନିଜର ପରିଚୟ ପତ୍ର ଦେଖାଇଥିଲେ । ଏପରିକି ସେମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଯାଂଚ କରୁଛନ୍ତି କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତରରେ ପୋଲିସ ଅଧିକାରୀମାନେ କହିଥିଲେ , କି ସେମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି । ବାସ ଏହାପରେ କ୍ଷୁବ୍ଧ ହୋଇପଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପୋଲିସ ଅଧିକାରୀଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇ ଆରମ୍ଭ କରିଥିଲେ ଯୁକ୍ତି ତର୍କ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ଏଭଳି ଆଚରଣ ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ପୂର୍ବରୁ ମଧ୍ୟ ହିଞ୍ଜିଳି ବିଧାନସଭା ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଓ ପୁଲିସ ମଧ୍ୟରେ ହୋଇଥିବା କଥା କଟାକଟି ରାଜ୍ୟ ରାଜନୀତିକୁ ଉଷ୍ମ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଲିସ ସହ ଯୁକ୍ତି ତର୍କ ରାଜନୀତି ପାରଦ ଅଧିକ ବଢ଼ାଇ ଦେଇଛି ବୋଲି ଶୁଣିବାକୁ ମିଳୁଛି ।