କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ବଡ ବୟାନ: କହିଲେ ‘ବନ୍ଦେ ମାତରମ’କୁ ଗ୍ରହଣ କରୁନଥିବା ଲୋକଙ୍କର ନାହିଁ ଭାରତରେ ରହିବାର ଅଧିକାର

ଲାହୋର, କରାଚିରେ ଉଡିବ ତ୍ରିରଙ୍ଗା

1,046

କନକ ବ୍ୟୁରୋ: ବନ୍ଦେମାତରମ୍ ଓ ତ୍ରିରଙ୍ଗାକୁ ନେଇ ବିଜେପି ନେତା ବିଭିନ୍ନ ସମୟରେ ଦେଶଭକ୍ତିର କଥା ଆଳରେ ବିବାଦୀୟ ବୟାନ୍ ରଖିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ଚର୍ଚ୍ଚା ଓ ବିବାଦରେ ପରିଣତ ହୋଇଯାଏ । ଏବେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଯିଏ ବନ୍ଦେ ମାତରମ୍ ଉଚ୍ଚାରଣ କରିବନି ତାର ଭାରତରେ ରହିବାର ଅଧିକାର ନାହିଁ । ଏହା ସହିତ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କଂଗ୍ରେସ ପାର୍ଟିକୁ ବି ନିଶାନା କରିଛନ୍ତି ପ୍ରତାପ ।

୩୭୦ ଧାରା ଉଚ୍ଛେଦ ନେଇ ମୋଦି ସରକାର ନିଷ୍ପତି ନେଇଥିଲେ, ହେଲେ କଂଗ୍ରେସ ଏହାକୁ ବିରୋଧ କରିଥିଲା ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ଏକ କାର୍ଯ୍ୟକ୍ରମରେ ସଂବୋଧନ ବେଳେ କହିଛନ୍ତି ଭାରତୀୟ ସେନା ମିଆଁମାରରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଛି । ପିଓକେରେ ବି ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ନିକଟରେ କାଶ୍ମୀରରୁ ଧାରା ୩୭୦ ବି ଉଛେଦ ହୋଇଛି । ଆଗକୁ କରାଚୀ ଓ ଲାହୋରରେ ଉଡିବ ତ୍ରିରଙ୍ଗା । ଅଖଣ୍ଡ ଭାରତର ଗଠନ ନେଇ ଯୁକ୍ତି ବାଢି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦେଇଥିବା ଏହି ବୟାନ୍ ଏବେ ବଡ ବିତର୍କ ସୃଷ୍ଟି କରିଛି ।