କନକ ବ୍ୟୁରୋ : ମୟୂରଭଞ୍ଜର ୩ଟି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି, ମୟୂରଭଞ୍ଜ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତର କରିବାରେ ରାଜ୍ୟ ସରକାର ବାଧା ଦେଇଛନ୍ତି । ଏହି ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହୋଇଥିଲେ କେନ୍ଦୁଝର ସମେତ ଖଡ଼କପୁର ପର୍ଯ୍ୟନ୍ତ ଲୋକ ଉପକୃତ ହୋଇଥାନ୍ତେ । ମୟୂରଭଞ୍ଜ ଅଞ୍ଚଳର ବିକାଶ ହୋଇଥାନ୍ତ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ହୋଇଥାନ୍ତା ଯାହା ରାଜ୍ୟ ସରକାର କରାଇ ଦେଲେନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

Advertisment

ଭାରତ ସରକାର ରାଜ୍ୟ ସରକାରଙ୍କୁ ଜମି ବାବଦକୁ ୨୬ କୋଟି ଟଙ୍କା ଜମା କରିବାକୁ କହିଥିଲେ କିନ୍ତୁ ରାଜ୍ୟ ସରକାର କହିଲେ, କେନ୍ଦ୍ର ସରକାର ଟଙ୍କା ଛାଡ଼ କରନ୍ତୁ । ପ୍ରତିରକ୍ଷଣ ବିଭାଗ ତାଗିଦ କଲା ପରେ ୨୬ କୋଟି ଟଙ୍କା ଦେଇଥିଲେ ରାଜ୍ୟ ସରକାର । ସେହିପରି ଜମି ହସ୍ତାନ୍ତର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଯାଇନଥିଲେ । ମୟୂରଭଞ୍ଜ ଓଡ଼ିଶା ବାହାରେ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।