କୁଡୁମୀ ସଂପ୍ରଦାୟ ବନାମ କେନ୍ଦ୍ରମନ୍ତ୍ରୀ । କୁଡ଼ୁମୀ ସମ୍ପ୍ରଦାୟ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

80

କନକ ବ୍ୟୁରୋ: କୁଡୁମୀ ସଂପ୍ରଦାୟ ବନାମ କେନ୍ଦ୍ରମନ୍ତ୍ରୀ । କୁଡ଼ୁମୀ ସମ୍ପ୍ରଦାୟ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ବିଭିନ୍ନ କୁଡ଼ୁମୀ ସଙ୍ଗଠନର ସଦସ୍ୟ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁଙ୍କ କୁଶପୁତ୍ତଳିକାରେ ଜୋତାମାଳ ପିନ୍ଧାଇ ଦାହ କରିଛନ୍ତି ବିକ୍ଷୋଭକାରୀ । କୁଡୁମୀ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି । କୁଡୁମୀ ସଂଗଠନ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ଗତ ୨୦ ତାରିଖରେ ଆନ୍ଦୋଳନକାରୀ ୩ ଘଂଟା ପାଇଁ ରେଳରୋକ କରିଥିଲେ । ସେହି ଆନ୍ଦୋଳନକୁ ନେଇ ନିକଟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଆନ୍ଦୋଳନଜାରୀ ରଖିଥିବା ସଂଗଠନର କର୍ମକର୍ତାମାନେ ଲୋକଙ୍କୁ ଭକୁଆ ବନାଉଛନ୍ତି । ମନ୍ତ୍ରୀଙ୍କ ସେହି ବିବାଦୀୟ ବୟାନକୁ ନେଇ ତାତି ଉଠିଛି କୁଡୁମୀ ସମାଜ । ଗତକାଲି ଠାରୁ ମୟୂରଭଞ୍ଜ ଜିଲ୍ଲାରେ ବିରୋଧ ଜାରି ରହିଛି । ଆଜି କୁଡୁମୀ ମିଳିତ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ କୁଳପୁତଳିକା ଦାହ କରାଯାଇଛି ।