ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସରେ କଟକ । ଗୋଟିଏ ମାସରେ ଆସିଲେଣି ୩ଥର, ବୁଲିଲେଣି କଟକ ଲୋକସଭାର ସବୁ ନିର୍ବାଚନ ମଣ୍ଡଳୀ

98

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସ୍ରେ କଟକ । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗତକାଲି ଦୁଇ ଦିନିଆ କଟକ ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ । କଟକରେ ପହଂଚିବା ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କ ବାସଭବନରେ ପହଂଚି ତାଙ୍କୁ ସାକ୍ଷାତ କରିଛନ୍ତି । ସମୀର ଦେଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜି କଟକ ସଦର ନିର୍ବାଚନ ମଣ୍ଡଳୀର ପରମହଂସ ମନ୍ଦିର ଯିବେ । ପରମହଂସଙ୍କଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେବେ । ଯଶପଡା ପଡ଼ିଆରେ ବିଜେପି କର୍ମକର୍ତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୬ ତାରିଖରେ ବାଙ୍କୀ ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ୭ ତାରିଖରେ ଧବଳେଶ୍ୱର ଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଶ୍ୱିନୀ ବୈଷ୍ଣବଙ୍କ ବାରମ୍ବାର କଟକ ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।