ପୁଲିସ କର୍ମୀଙ୍କୁ ନେତାଙ୍କ ନାଲିଆଖି: ଜନତା ଦରବାରରେ ପୁଲିସକୁ ଅଶ୍ୱିନୀ ଚୌବେଙ୍କ ଖୋଲା ଧମକ; କହିଲେ ଖାକି ପୋଷାକ ଓହ୍ଲାଇଦେବି

248

କନକ ବ୍ୟୁରୋ: ପୁଲିସ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ । ଜନତା ଦରବାରେ ପୁଲିସ କର୍ମଚାରୀଙ୍କୁ ନାଲି ଆଖି ବି ଦେଖାଇଲେ । ବିହାର ବକ୍ସର ଜିଲ୍ଲାରେ ଆୟୋଜିତ ଜନତା ଦରବାରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ପୁଲିସ ଅଧିକାରୀମାନଙ୍କୁ ଧମକ ଦେଇଛନ୍ତି । ଯାହାର ଭିଡିଓ ଆପଣ ତଳେ ଦେଖିପାରିବେ ।

ଏହି ଜନତା ଦରବାରରେ ଜଣେ ବୃଦ୍ଧ ପୁଲିସ ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଚୌବେ ପୁଲିସ କର୍ମଚାରୀଙ୍କୁ ଧମକ ଦେଇଛନ୍ତି । ବୃଦ୍ଧ ଜଣକ କହିଥିଲେ ଯେ ସେ ପୁଲିସ ନିକଟକୁ ଅଭିଯୋଗ କରିବାକୁ ଆସିଲେ ପୁଲିସ କର୍ମଚାରୀ ଓଲାଟା ବୃଦ୍ଧଙ୍କୁ ମିଥ୍ୟା କେସରେ ଫସାଇବାକୁ ଧମକ ଦେଉଛି । ବୃଦ୍ଧଙ୍କର ଏହି ଗୁହାରି ଶୁଣିବା ପରେ ହଠାତ ରାଗିଯାଇଥିଲେ କେନ୍ଦ୍ରମନ୍ତ୍ରୀ ।

ସେମାନଙ୍କୁ ଧମକ ଦେବା ସହ ଖାକି ପୋଷାକ କାଢିଦେବାକୁ ଧମକ ବି ଦେଇଥିଲେ । ତେବେ ଚୌବେଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ ସଫେଇ ରଖିଛନ୍ତି । ଆସନ୍ତୁ ଶୁଣିବା ଜନତା ଦରବାରରେ କେନ୍ଦ୍ରମନ୍ତ୍ରୀ କଣ କହିଥିଲେ ଏବଂ ପରେ ସଫେଇରେ କଣ କହୁଛନ୍ତି ।