ସଂସଦରେ ସୋନିଆ ଓ ରାହୁଲଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । କଟକ୍ଷା ପାଇଁ ଗୃହରେ ହଙ୍ଗାମା କଲେ କଂଗ୍ରେସ ସାଂସଦ, ଅଧଘଂଟା ମୁଲତବୀ

409

କନକ ବ୍ୟୁରୋ : ଲୋକସଭାରେ ଶୁକ୍ରବାର କଂଗ୍ରେସ ସାଂସଦ ମାନେ ଜୋରଦାର ହଙ୍ଗାମା କରିଛନ୍ତି । ଆଜି ସଂସଦରେ ଫାଇନାନସିଆଲ ବିଲକୁ ନେଇ ଆଲୋଚନା ଚାଲିଥିବା ବେଳେ କେନ୍ଦ୍ରୀୟ ବିତତ୍ତରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନେଇ  କଟାକ୍ଷ କରିଥିଲେ । ଏହାକୁ ନେଇ  କଂଗ୍ରେସ ସାଂସଦ ମାନେ ହଙ୍ଗାମା କରିଥିଲେ । ହଙ୍ଗାମା ହେବା ଫଳରେ ବାଚସ୍ପତ୍ତି ସଂସଦକୁ ଅଧାଘଂଟା ପାଇଁ ସ୍ଥଗିତ କରିଥିଲେ । ଅନୁରାଗ ଠାକୁର କହିଥିଲେ କି ହାଇକୋର୍ଟ ଠାରୁ ସୁପ୍ରିମକୋର୍ଟ ଯାଏ ପିଏମ କେୟାର୍ସ ଫଣ୍ଡକୁ ଠିକବୋଲି କହିଥିବା ବେଳେ କେବଳ ଗାନ୍ଧୀ ପରିବାର ଏହା ଉପରେ ଅଙ୍ଗୁଳି ଉଠାଉଛି ।

ସେ ଆହୁରି କହିଥିଲେ କି ଏହି ଫଣ୍ଡ ନେହେରୁଜୀ ବନାଇଥିଲେ ହେଲେ ଆଜିଯାଏ ତାର ପଞ୍ଜିକରଣ ହୋଇନଥିଲା । ହେଲେ ରାଜୀବଗାନ୍ଧୀଙ୍କ ନାମରେ ଯେଉଁ ଟ୍ରଷ୍ଟ ଅଛି ତାହାର ଅଧ୍ୟକ୍ଷ ଅଛନ୍ତି ସୋନୀଆ ଗାନ୍ଧୀ । ଏହି ଟ୍ରଷ୍ଟର ଯାଂଚ ହେବା ଦରକାର । ଯାହା ଫଳରେ କ୍ଷୀର ଓ ପାଣି ଅଲଗା ହୋଇଯିବ । ଅନୁରାଗଙ୍କର ଏଭଳି ମନ୍ତବ୍ୟ ଉପରେ ଝାମ୍ପିପଡିଥିଲେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଂଜନ ଚୌଧୁରୀ । ସେ କହିଥିଲେ କି ଏହି ମୁଦ୍ଦା ଉପରେ ନେହେରୁ କେଉଁଠୁ ଆସିଲେ ।

ମୁଁ ପିଏମ କେୟାର୍ସ ଫଣ୍ଡ ନେଇ କେବେ ମୋଦିଜୀଙ୍କର ନାମ ନେଇଛି କି ଯଦି ନୁହେଁ ତେବେ ତୁମେ କିଭଳି ଭାବେ ସୋନିଆ ଓ ରାହୁଲଙ୍କ ନାମ ନେଉଛ । ଏଭଳି ହଙ୍ଗାମା ଭିତରେ ଲୋକସଭାର ସ୍ପିକର ଓମ ବିର୍ଲାଙ୍କୁ ସଂସଦ ଚଳାଇବାକୁ ବହୁ କଷ୍ଟ ହୋଇଥିଲା । ଏହି ନିଆଁରେ ଘିଅ ଢାଳିଥିଲେ ତୃଣମୂଳ କଂଗ୍ରେସ ସାଂସଦ । ସେ ସ୍ପିକରଙ୍କ ଉପରେ ଦୋଷ ଲଦି କହିଥିଲେ କି ସ୍ପିକର ମହାଶୟ ବିଜେପି ସାଂସଦଙ୍କୁ ସୁରକ୍ଷା ଦେଉଛନ୍ତି । ଆପଣ ଯଦି ଚାହୁଁଛନ୍ତି ତାହେଲେ ଆମକୁ ବାହାର କରିଦିଅନ୍ତୁ । ଏନେଇ ସ୍ପିକର କହିଥିଲେ କି ସୁରକ୍ଷା ସହିତ ଜିଏ ଖେଳିବ ତାଙ୍କ ନାମ ନେଇ ତାଙ୍କୁ ବାହାରକୁ ବାହାର କରିଦିଆଯିବ । ଯିଏ ଯାହା କହିବାକୁ ଚାହୁଁଛ ମୁହଁରେ ମାସ୍କ ଲଗାଇ କହିପାର ।