‘ରେଲୱେ କ୍ଷେତ୍ରରେ ଓଡିଶା ଇତିହାସ ରଚିବ: ଆସନ୍ତା ୫୦ ବର୍ଷ ଯାଏଁ ବିଜେପି ଓଡିଶାର ସେବା କରିବ’ ; ବିଜୟ ସମ୍ବର୍ଦ୍ଧନାରେ ଅଶ୍ୱିନୀଙ୍କ ଆହ୍ୱାନ

395

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜୟ ଜଗନ୍ନାଥ , ଜୟ ଶ୍ରୀରାମ ଓ ଭାରତ ମାତାକୀ ଜୟ ନାରାରେ କମ୍ପି ଉଠିଥିଲା ପୁରା ସମ୍ବର୍ଦ୍ଧନା ଉତ୍ସବର ପରିବେଶ । ଭୁବନେଶ୍ୱରରେ ଆୟୋଜିତ ବିଜେପିି ବିଜୟ ସମ୍ବର୍ଦ୍ଧନା ସଭାରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ରାଜ୍ୟରେ ଦଳର ବିଜୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ । ଏହାସହ ଓଡିଶାବାସୀଙ୍କ ସହଯୋଗ ଓ ସ୍ନେହ , ଶ୍ରଦ୍ଧା ମଧ୍ୟ ବହୁମୂଲ୍ୟ ।

ଅଶ୍ୱିନୀ କହିଛନ୍ତି, ‘୧୦ ବର୍ଷ ତଳେ ଓଡିଶାକୁ ଦିଆଯାଉଥିଲା କେବଳ ୮୦୦ କୋଟି ଟଙ୍କା, ଯାହା କୌଣସି ବିକାଶ କାମ ପାଇଁ ଅତି ନଗଣ୍ୟ । ଆଗରୁ ଓଡିଶା ପ୍ରତିି ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାରଙ୍କ ଶାସନ କାଳରେ ଓଡିଶାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ୧୦ ବର୍ଷ ଭିତରେ ମୋଦୀ ଓଡିଶାର ଦାୟିତ୍ୱକୁ ଗୁରୁତ୍ୱ ଦେଇ ଫଣ୍ଡକୁ ୪ ଗୁଣା କଲେ । ଓଡିଶାକୁ ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅଧିକ ଅନୁଦାନ ମିଳୁଛି ରେଲୱେ କ୍ଷେତ୍ରରେ ବିକାଶ ମିଳୁଛି । ଏବେ ଓଡିଶାରେ ରେଲୱେର ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି ।

‘ଗତ ୧୦ ବର୍ଷ ଭିତରେ ଓଡିଶାରେ ନୂଆ ରେଲୱେ ଲାଇନ୍ ଯାହା ତିଆରି ହୋଇଛି ତାହା ଏକ ରେକର୍ଡ । ୧୮୨୬ କିଲୋମିଟର ନୂଆ ରେଲୱେ ଲାଇନ୍ ତିଆରି ହୋଇଛି । କହିବାକୁ ଗଲେ ଓଡିଶାରେ ଯେତିକି ରେଲୱେ ଲାଇନ୍ ତିଆରିି ହୋଇଛି ତାହା ଶ୍ରୀଲଙ୍କାର ସମୁଦାୟ ରେଲୱେ ଟ୍ରାକ୍ ଠାରୁ ଅଧିକ । ପୁରା ଶ୍ରୀଲଙ୍କାରେ ରେଲୱେ ନେଟୱର୍କ ୧୭ ଶହ କିଲୋମିଟର ହୋଇଥିବାବେଳେ ଓଡିଶାରେ ତା’ଠାରୁ ଅଧିକ ଲମ୍ବର ରେଲୱେ ଲାଇନ୍ ନିର୍ମାଣ କରାଯାଇଛି । ଏହା ସବୁଠୁ ବଡ ଉପଲବ୍ଧି’ ।

‘ଏବେ ହବଲ ଇଞ୍ଜିନ ସରକାର ସମୟରେ ଓଡିଶାରେ ରେଲୱେର ଆହୁରି ବିକାଶ ହେବ । କାରଣ ପୂର୍ବରୁ ଟ୍ରାକ୍ ନିର୍ମାଣ ପାଇଁ ଜମି ମିଳିବାରେ ଭାରି ସମସ୍ୟା ହେଉଥିଲା ତେଣୁ କାମ କରିବାରେ ବିଳମ୍ବ ହେଉଥିଲା । ଏବେ ମୋହନ ମାଝୀଙ୍କ ସରକାର ସହ ରାଜ୍ୟରେ ରେଲୱେ ଆହୁରି ବିକାଶର ଧାରା ଜୋରସୋରରେ ଆଗେଇବ । ଆଗାମୀ ୫ ବର୍ଷ ଭିତରେ ମୋଦୀଙ୍କ ସହଯୋଗରେ ଓଡିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ପ୍ରୋଜେକ୍ଟ ଆସିବ , ଓଡିଶା ରେକର୍ଡ କରିବ ଇତିହାସ ରଚିବ ବୋଲି କହିଛନ୍ତି ଅଶ୍ୱିନି । ଏହାସହ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ୨୫ ଜିଲ୍ଲାରୁ ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ୧୦ ବର୍ଷ ତଳେ ରଥଯାତ୍ରା ସମୟରେ ପୁରୀକୁ ୮୯ଟି ଟ୍ରେଅନ ଚାଲୁଥିବାବେଳେ ଏବେ ଏହା ୩୧୫ରେ ପହଞ୍ଚିଛ’ି ।

ଏହାପରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ଯୁବକଙ୍କୁୁ ସୁଯୋଗ ଦିଆଯିବା ଉପରେ ଆଲୋକପାତ କରିଥିଲେ ଅଶ୍ୱିନୀ । କହିଛନ୍ତି, ‘ଓଡିଶାରେ ବିରାଟ ବଡ ଇଲେକ୍ଟ୍ରୋନିକ୍ସ ମ୍ୟାନ୍ୟୁଫ୍ୟାକଚରିଙ୍ଗ କ୍ଲଷ୍ଟର ନିର୍ମାଣ ହେବ । ଏଥିପାଇଁ ପୂର୍ବରୁ ମୋଦୀ ସରକାର ଅର୍ଥ ମଂଜୁରୀ କରି ରଖିଛନ୍ତି ।ଏହାଦ୍ୱାରା ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ନିଜର କର୍ତ୍ତବ୍ୟନିଷ୍ଠା ସହ ବିଜେପି ଆଗାମୀ ୫୦ ବର୍ଷ ଯାଏଁ ଓଡିଶାର ସେବା କରିବ ଏହା ଆମ ସମସ୍ତଙ୍କର ପ୍ରାର୍ଥନା’ କହି ନିଜ ବକ୍ତବ୍ୟ ଶେଷ କରିଥିଲେ ଅଶ୍ୱିନୀ ।

c