କନକ ବ୍ୟୁରୋ: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଶନିବାର କହିଛନ୍ତି, ପୁରୁଣା ନିୟମ ସାଧାରଣ ଲୋକଙ୍କ ଜୀବନଯାପନରେ ଅବରୋଧ ଉତ୍ପନ୍ନ କରୁଛି । ଆମେ ଲୋକଙ୍କ ଭାର କମ କରିବା ପାଇଁ ଚାହୁଁଛୁ । ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛନ୍ତି ସାଧାରଣ ଲୋକେ ଶାନ୍ତିପୂର୍ଣ୍ଣ ଜୀବନଯାପନ କରନ୍ତୁ । ଯେଉଁଥିରେ ସରକାରଙ୍କ ଦଖଲ କମ ରହିବ । ଏଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଆମେ ସେହି ସବୁ ଆଇନକାନୁନକୁ ହଟାଇଦେବୁ ଯାହା ବର୍ତ୍ତମାନ ସମୟରେ ଲୋକଙ୍କୁ ଅସୁବିଧାରେ ପକାଉଛି । ପୂର୍ବରୁ ଆମେ ୧୫ ଶହ ପୁରୁଣା ଆଇନକୁ ହଟାଇସାରିଛୁ ।
କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ରୋଜଗାର ମେଳାରେ ଯୋଗଦେବା ପାଇଁ ସିଲଂ ପହଞ୍ଚିଥିଲେ । ସେ ଟ୍ୱିଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ସାରା ଦେଶରେ ୭୫ ହଜାର ଲୋକଙ୍କୁ ସରକାରଙ୍କ ତରଫରୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ସମସ୍ତଙ୍କୁ ଏଥିପାଇଁ ଅନେକ ଶୁଭେଚ୍ଛା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/kiranrijiju-1559208252.jpg)