କନକ ବ୍ୟୁରୋ: କରୋନା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ଏଥିରେ ସେ କହିଛନ୍ତି, ଏବେ ବି କରୋନାର ୨ୟ ଲହର ଯାଇନି ତେଣୁ ବିପଦ ଟଳିନି । ରାଜ୍ୟ ଗୁଡିକ କୋଭିଡ କଟକଣା ଉପରେ ଗୁରୁୁତ୍ୱ ଦେବାକୁ ଚିଠିରେ କୁହାଯାଇଛି ।
ଚିଠିରେ ଗୃହ ସଚିବ କହିଛନ୍ତି, ବଜାରଘାଟ ଓ ପର୍ଯ୍ୟଟନ ସ୍ଥଳୀ ସହ ବିଭିନ୍ନ ସ୍ଥାନରେ ଜମୁଥିବା ଭିଡକୁ ନିୟନ୍ତ୍ରଣ କରି ସର୍ତକ ରହିବା ଜରୁରୀ । ଏ ବାବଦରେ ସବୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ବି ସେ ଚିଠିରେ କହିଛନ୍ତି । ବର୍ତମାନ ଦ୍ୱିତୀୟ ଲହରର ପ୍ରଭାବ କମିଥିଲେ ବି ଅଧିକାଂଶ ରାଜ୍ୟରେ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ଅଛି । ଏବେ ବି ମହାରାଷ୍ଟ୍ର ଓ କେରଳରେ ସକ୍ରିୟ ମାମଲା ଲକ୍ଷେ ଉପରେ ରହିଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୦ ହଜାର ଉପରେ ରହିଛି । ଏହି ରାଜ୍ୟଗୁଡିକରେ ଅନେକ ଜିଲ୍ଲା ଚିନ୍ତା ବଢାଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଗୃହ ସଚିବଙ୍କ ଚିଠିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ପୂର୍ବାଞ୍ଚଳ ରାଜ୍ୟଗୁଡିକ ମୁଖ୍ୟମନ୍ତ୍ରୀଙ୍କ ସହ ଗତକାଲି ପ୍ରଧାନମନ୍ତ୍ରୀ କୋଭିଡ ନେଇ ଆଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/1-14.jpg)