ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

122

କନକ ବ୍ୟୁରୋ: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନ ବନ୍ଦରରେ ରାତିରେ ପହଞ୍ଚିବା ପରେ ସେ ରାତ୍ରିଯାପନ କରିବେ। ଅଗଷ୍ଟ ୮ ତାରିଖ ଶ୍ରାବଣ ମାସ ଶେଷ ସୋମବାର ସକାଳ ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଶାହ । ସ୍ଵାଧୀନତାର ୭୫ ବର୍ଷ ପାଳନ ଅବସରରେ ଯେଉଁ ଅମୃତ ମହୋତ୍ସବ ପାଳନ କରାଯାଉଛି । ସେହି ଅବସରରେ କଟକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ପରିଦର୍ଶନ କରିବେ ।

ଓଡିଶାର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପରବର୍ତ୍ତୀ ସମୟରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ରାଜନୈତିକ କାର୍ୟ୍ୟକ୍ରମରେ ଯୋଗଦେବେ । ଅପରାହ୍ନ ୫ଟା ବେଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଡ଼ିଜିଟାଲ ଇଣ୍ଡିଆ ପବ୍ଲିସର ଦ୍ୱାରା ପ୍ରସ୍ତୁତ ହୋଇଥିବା ମୋଦୀ@୨୦ର ବୁକ୍ ରିଡ଼ିଂ କାର୍ୟ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟାରେ ଭୁବନେଶ୍ୱର ଛାଡିବେ ।