ବିଜେପି ଫୋକସରେ ହାଇଦ୍ରାବାଦ ନିର୍ବାଚନ: ଯୋଗୀଙ୍କ ପରେ ଦଳର ପ୍ରଚାର ପାଇଁ ହାଇଦ୍ରାବାଦରେ ଗୃହମନ୍ତ୍ରୀ ଅମିତ ଶାହା; ରୋଡ଼ ଶୋ’ ପୂର୍ବରୁ କଲେ ଭାଗ୍ୟଲକ୍ଷ୍ମୀ ମନ୍ଦିରରେ ଦର୍ଶନ

132

କନକ ବ୍ୟୁରୋ: ବିଜେପିର ମିଶନ ତେଲେଙ୍ଗାନା । ଆଜି ହାଇଦ୍ରାବାଦରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପ୍ରଥମେ ଏଠାକାର ପ୍ରସିଦ୍ଧ ଶ୍ରୀ ଭାଗ୍ୟଲକ୍ଷ୍ମୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି ଶାହା । ମନ୍ଦିରରୁ ଦର୍ଶନ ସାରିବା ପରେ ସିକନ୍ଦରାବାଦରେ ରୋଡ ଶୋ ଆରମ୍ଭ କରିଛନ୍ତି । ଡିସେମ୍ବର ୧ରେ ହେବ ହାଇଦ୍ରାବାଦ ପୌର ନିର୍ବାଚନ । ତେଣୁ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି ବିଭିନ୍ନ ରାଜନୈତିକ ଦଳ । ଗତ ନିର୍ବାଚନରେ ୯୯ଟି ଆସନରେ ବିଜୟ ହାସଲ କରି ଟିଆରଏସ ବାଜି ମାରିଥିବାବେଳେ ବିଜେପିକୁ ମିଳିଥିଲା କେବଳ ୪ଟି ଅ।।ସନ । ସେହିଭଳି ଏ.ଆଇ.ଏମ.ଆଇ.ଏମକୁ ମିଳିଥିଲା ୪୪ ଆସନ । କଂଗ୍ରେସକୁ ଦୁଇଟି ଆସନ ମିଳିଥିବାବେଳେ ଟିଡିଏସକୁ ମିଳିଥିଲା କେବଳ ଗୋଟେ ଆସନରେ ବିଜୟ ।

ସେପଟେ, ଚାଷୀ ଆନ୍ଦୋଳନ ଉଗ୍ର ରୂପ ନେଉଥିବାବେଳେ ଦିଲ୍ଲୀ ହରିଆଣା ସିଂଘୁ ସୀମାରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀକୁ ଲାଗିକି ରହିିଥିବା ଅନ୍ୟ ସୀମା ଗୁଡିକରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଛାଉଣୀ ଦେଖିବାକୁ ମିଳିଛି । ସିଂଘୁ ସୀମାରେ ଭିଡ ଜମେଇ ଆନ୍ଦୋଳନ କରୁଛନ୍ତି ଚାଷୀ ସଂଘ । ରାମଲୀଲା ମୈଦାନ କିମ୍ବା ଜନ୍ତରମନ୍ତରରେ ଆନ୍ଦୋଳନ ପାଇଁ ଅନୁମତି ଦେବା ପାଇଁ ଦାବି କରିଛନ୍ତି ଚାଷୀ । କେନ୍ଦ୍ର ସରକାର ପ୍ରସ୍ତାବ ଉପରେ ଚାଷୀନେତା କହିଛନ୍ତି , ଆଲୋଚନା ପାଇଁ କୌଣସି ସର୍ତ ରଖାଯିବା ଉଚିତ ନୁହେଁ । ଗତକାଲି ଏକ ଭିଡିଓ ମେସେଜ୍ ଜାରି କରିି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ଚାଷୀଙ୍କ ସବୁ ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ । ଚାଷୀଙ୍କୁ ଗୃହମନ୍ତ୍ରୀ ଦେଇଥିବା ପ୍ରସ୍ତାବ ଖାରଜ ହୋଇଛି । ତାଜା ସୂଚନା ଅନୁସାରେ ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ମାନିବାକୁ ଚାଷୀ ପ୍ରସ୍ତୁତ ନଥିବା ଜଣାପଡିଛି ।