କନକ ବ୍ୟୁରୋ: ଆଜି ରାଉରକେଲା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନେତାଠୁ ନେଇ କର୍ମୀ । ଆଜି କଣ କହିବେ ଶାହା? କଣ କମିଟମେଂଟ କରିବେ ଜନ ସାଧାରଣକୁ? ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ଦେବେ କି କିଛି ନୂଆ ଉପହାର? ଏଭଳି ଅନେକ ପ୍ରଶ୍ନ ଏବେ ନିର୍ବାଚନୀ ହାୱାକୁ ସରଗରମ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ଅମିତ ଶାହାଙ୍କ ଗସ୍ତ କେତେ ପ୍ରଭାବ ପକାଇବ ନିର୍ବାଚନରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ପକାଇଛି । ଚଳିତ ସାଧାରଣ ନିର୍ବାଚନ ପାଇଁ ରାଉଲକେଲାର ଏୟାର ପୋର୍ଟ ନିକଟସ୍ଥ ପଡ଼ିଆରେ ଦିନ ଅପରାହ୍ନ ୪ ଟାରେ ଏକ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ ବିଜେପିିର ନମ୍ବର ଟୁ ନେତା ଅମିତ ଶାହା । ଏହି ସଭାରେ ପ୍ରାୟ ଏକ ଲକ୍ଷରୁ ଉଦ୍ଧ୍ୱର୍ ବିଜେପି କର୍ମୀ ଓ ଶୁଭେଚ୍ଛୁ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।