କନକ ବ୍ୟୁରୋ: ଆସନ୍ତା କାଲି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁରରେ ଜନସଭାକୁ କରିବେ ସମ୍ବୋଧନ । ଏହା ପୂର୍ବରୁ ଆସିଛି ଅମିତ ଶାହଙ୍କ ଓଡିଶା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ । ୨୫ ଏପ୍ରିଲ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ ଅମିତ ଶାହ । ଏହା ପରେ ୩ଟା ୫୦ରୁ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ସୋନପୁର ଯିବେ । ସୋନପୁର ରାମେଶ୍ୱରମ୍ ଷ୍ଟାଡିଅମରେ ଜନସଭାକୁ ସମ୍ବୋଧନ କରିବେ । ଏହାପରେ ଅପରାହ୍ନ ସାଢେ ୫ଟାରେ କାର୍ଯ୍ୟକ୍ରମ ସାରି ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚିବେ । ସେଠାରେ ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱର ପାଇଁ ବାହାରିବେ କେନ୍ଦ୍ର ଗୃହମନ୍ତ୍ରୀ । ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଁଚିବେ । ପରେ ଭୁବନେଶ୍ୱରରେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
କାଲି ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସିଲା ଶାହଙ୍କ ଗସ୍ତ ବିବରଣୀ ।
/kanak/media/post_attachments/wp-content/uploads/2024/04/6-34.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)