ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ,ସୋନପୁରରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ,ଶାହଙ୍କ ଆଭିମୁଖ୍ୟ ଉପରେ ରହିଛି ସାରା ରାଜ୍ୟର ନଜର

Advertisment
ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ,ସୋନପୁରରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ,ଶାହଙ୍କ ଆଭିମୁଖ୍ୟ ଉପରେ ରହିଛି ସାରା ରାଜ୍ୟର ନଜର

କନକବ୍ୟୁରୋ: ଓଡିଶାରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା । ସୋନପୁରରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି ଅମିତ ଶାହା । ମଂଚ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ବରିଷ୍ଠ ନେତା ବି ପହଁଚିଛନ୍ତି ।

ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ଆୟୋଜିତ ହୋଇଛି ବିଶାଳ ରାଲି । ପ୍ରଚାର ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୋନପୁରରେ ଜନସଭା ଶେଷ ହେବା ପରେ ଭୁବନେଶ୍ୱର ଆସିବେ ଶାହ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସନ୍ଧ୍ୟା ୭ଟାରୁ ପର୍ଯ୍ୟାୟକ୍ରମେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିବେ । ବୈଠକରେ ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe