କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଗୃହମନ୍ତ୍ରୀ ଅମିତ ଶାହା । ତିନି ଦିନିଆ ଗସ୍ତର ଶେଷ ଦିନରେ ପାରମ୍ପାରିକ କାଶ୍ମିରୀ ପୋଷାକରେ ନଜର ଆସିଛନ୍ତି ଗୃହମନ୍ତ୍ରୀ । ସୋମବାର ସକାଳୁ ଶ୍ରୀନଗର ଐତିହାସିକ ପୀଠ ମାତା ଖୀର ଭବାନି ମନ୍ଦିରରେ ପହଁଚି ଦର୍ଶନ କରଛନ୍ତି । କାଶ୍ମୀର ପଣ୍ଡିତଙ୍କ ଏହି ପ୍ରସିଦ୍ଧ ମନ୍ଦିରରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଛନ୍ତି ଅମିତ ଶାହା ।
माता खीर भवानी मंदिर में माँ के दर्शन करने का सौभाग्य प्राप्त हुआ। देशभर के कश्मीरी पंडित भाईयो-बहनों की आस्था का ये एक ऐसा अटूट केंद्र है जो पूरे राष्ट्र को प्रेरणा देता है। इस पवित्र स्थल में एक अद्भुत शक्ति है जिसकी अनुभूति यहाँ आकर निश्चित रूप से होती है।
जय माँ खीर भवानी! pic.twitter.com/NWfWlGLQts
— Amit Shah (@AmitShah) October 25, 2021
ମନ୍ଦିରରେ ଅମିତ ଶାହାଙ୍କ ସହିତ ଜାମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସେହିପରି ଶେଷ ଦିନରେ ଜାମ୍ମୁ କାଶ୍ମୀରରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଶ୍ରୀନଗର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସୁରକ୍ଷା ପାଇଁ ଥିବା ବୁଲେଟ ପ୍ରୁଫ ଢାଳକୁ ହଟେଇ ଦେଇଛନ୍ତି । ଏଲଜି ମନୋଜ ସିହ୍ନ ନିଜେ ଏହାକୁ ହଟାଉଥିବା ଦେଖିବାକୁ ମିଳିଛି । କାଶ୍ମୀର ଲୋକଙ୍କ ମନରେ ଭରସା ଜନ୍ମାଇବା ପାଇଁ ସେ ନିଜ ସୁରକ୍ଷାକୁ ପଛରେ ପକାଇଛନ୍ତି ।
ତିନି ଦିନିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ସୀମାରେ ପହଁଚି ସେନାବାହିନୀ ସହ ସମୟ କାଟିଛନ୍ତି । ସେନା ଶିବିରରେ ପହଁଚି ସୀମାର ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ସୁରକ୍ଷା ବଳଙ୍କ ସାଙ୍ଗରେ ବର୍ଡର ପରିଦର୍ଶନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାସହ ସୀମା ନିକଟବର୍ତ୍ତୀ ଗାଁ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଅମିତ ଶାହା । ଗୃହମନ୍ତ୍ରୀ ନିଜେ ଫରୱାର୍ଡ ପୋଷ୍ଟ ଶେଷ ପୋଷ୍ଟକୁ ଯିବା ପାକିସ୍ତାନକୁ ଏକ ବଡ ସଂଦେଶ ଦେଇଛି । ସେପଟେ ଅମିତ ଶାହଙ୍କ ଏହି ଗସ୍ତକୁ ନେଇ ବିରୋଧି କଟାକ୍ଷ କରିଛନ୍ତି ଗୁଲାମ ନବି ଆଜାଦ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/amit-shah-1.jpg)