ଆଜି ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି ତେଣୁ ଆଜିର ଦିନଟିକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । କିଛି ସ୍ଥାନରେ ଗୁଡ଼ି ଉଠାଇବାର ମଧ୍ୟ ପରମ୍ପରା ରହିଛି ।
#WATCH Gujarat: Union Home Minister Amit Shah flies a kite during an #Uttarayan programme in Ahmedabad. pic.twitter.com/cNKhQwiFnt
— ANI (@ANI) January 14, 2020
ତେବେ ଗୁଡି ଉଡାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ଗୁଜରାଟରେ ଖୁବ୍ ଧୁମଧାମରେ ଉତରାୟନ ପାଳନ କରାଯାଉଥିବା ବେଳେ ଅହମ୍ମଦାବାଦରେ ପହଂଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଉତରାୟନ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ ଶାହା ଗୁଡି ଉଡାଉଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅମିତ ଶାହାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ସାମିଲ ହୋଇଥିଲେ । ଗୁଜରାଟରେ ଉତରାୟନ ଖୁବ୍ ଧୁମଧାମରେ ପାଳନ କରାଯାଏ । ଏହି ସମୟରେ ରାଜ୍ୟରେ କୋଟି କୋଟି ଟଙ୍କାର ଗୁଡି ବ୍ୟବସାୟ ହୋଇଥାଏ । ଏହାସହ ଦିନ ତମାମ ଆକାଶରେ ରଙ୍ଗବେରଙ୍ଗର ବିଭିନ୍ନ ଆକୃତିର ଗୁଡି ଦେଖିବାକୁ ମିଳେ । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୁଏ । ଏହି ଉତରାୟନ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଡି ଉଡାଇଥିଲେ ଅମିତ ଶାହା । ଯାହାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/8941114191202014011879.jpeg)