କନକ ବ୍ୟୁରୋ : କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବଦଳିଲା ହସ୍ପିଟାଲର ନିୟମ  । ଏଣିକି ହସ୍ପିଟାଲରେ ଆଡମିସନ ପାଇଁ ଆଉ ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟମ ବଦଳାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

 ପୂର୍ବରୁ କୋଭିଡ୍ ଆକ୍ରାନ୍ତ ହେବା ପରେ ପଜିଟିଭ୍ ରିପୋର୍ଟ ନଥିଲେ କୋଭିଡ୍ ହସ୍ପିଟାଲରେ ଆଡମିସନ କରାଯାଉନଥିଲା । ଫଳରେ ଅନେକ ସ୍ଥାନରେ ରୋଗୀ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେଉଥିଲେ । ଏପରିକି ବିଭିନ୍ନ ସ୍ଥାନରେ କରୋନା ରୋଗୀଙ୍କୁ ଆଡମିସନ କରାନଯିବାରୁ ସେମାନେ ହସ୍ପିଟାଲ ବାହାରେ ଛଟପଟ ହେଉଥିବାର ସାମନାକୁ ଆସିଥିଲା । ଏହାକୁ ଏଡାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏଭଳି ନିଷ୍ପତି ନେଇଥିବା କୁହାଯାଇଛି ।

ଏହାବାଦ୍ କୌଣସି କାରଣ ଦର୍ଶାଇ ରୋଗୀଙ୍କୁ ହସ୍ପିଟାଲ ଚିକିତ୍ସାରୁ ବଞ୍ଚିତ କରାଯାଇପାରିବ ନାହିଁ । ଏପରିକି ଅନ୍ୟ କୌଣସି ସହରର ହୋଇଥିଲେ ମଧ୍ୟ ତାଙ୍କୁ ଚିକିତ୍ସା ସୁବିଧା ଯେପରି ମିଳିବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।