୧୫ ଦିନ ହେବ ଦେଶର କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା କରୋନା ମୃତ୍ୟୁହାର ୧ ପ୍ରତିଶତରୁ କମ ।

ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କମିଥିବା ବେଳେ ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡରେ ବଢ଼ୁଛି ସଂକ୍ରମଣ

390

କନକ ବ୍ୟୁରୋ: ୧୫ ଦିନ ଭିତରେ ଦେଶରେ କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟରେ କମୁଛି ସଂକ୍ରମଣ । ହେଲେ କିଛି ରାଜ୍ୟରେ ବଢ଼ିବାର ଲାଗିଛି ସଂକ୍ରମଣ । ସେଗୁଡ଼ିକ ହେଲା ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡ । କରୋନା ମୃତ୍ୟୁହାର ୧.୧ ପ୍ରତିଶତରୁ କମ୍ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କରୋନା ସଂକ୍ରମଣ ଅଂଚଳରେ ମାଇକ୍ରୋ କଂଟେନମେଂଟ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ଏବଂ ଜିଲ୍ଲା ସ୍ତରରେ କଂଟେନମେଂଟ ଜୋନ କରିବାକୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ଦେଶରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଅକ୍ସିଜେନ ପ୍ଲାଂଟ ପାଖରେ ହେବ କୋଭିଡ ସେଂଟର । ବିଏସସି, ଜିଏନଏମ ପାସ କରିଥିବା ନର୍ସ ଛାତ୍ରଛାତ୍ରୀ କରୋନା ଡ୍ୟୁଟି କରିବେ ବୋଲି କହିଛନ୍ତି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।