କନକ ବ୍ୟୁରୋ : ସ୍ଥଗିତ ରହିଛି ୨୦୨୨ ନିଟ୍ ପିଜି ପରୀକ୍ଷା । ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । କିନ୍ତୁ ପରୀକ୍ଷା ସ୍ଥିଗିତ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି ।

Advertisment

କାଉନସେଲିଂ ତାରିଖକୁ ନେଇ ବିବାଦ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି । ପରୀକ୍ଷା ସ୍ଥଗିତ ରଖିବା ପାଇଁ ଦୀର୍ଘ ଦିନ ହେବ ଛାତ୍ରଛାତ୍ରୀ ଦାବି କରି ଆସୁଥିଲେ । ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିସନ୍ ଦାଖଲ ହୋଇଥିଲା । ଏଥିରେ କୁହାଯାଇଥିଲା କି ଏମବିବିଏସ୍ ଛାତ୍ରଛାତ୍ରୀମାନେ କୋଭିଡ୍-୧୯ କାରଣରୁ ସେମାନଙ୍କ ଇଂଟର୍ନସିପ୍ ଅବଧି ଶେଷ କରିପାରିନାହାନ୍ତି । ତେଣୁ ସେମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ସକ୍ଷମ ହେବେ ନାହିଁ । ଏହି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବାର ଥିଲା । ଏହା ପୂର୍ବରୁ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।