ଭୂତାଣୁ ସହ ଦେଶର ଜାରି ରହିଛି ଲଢେଇ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ସୁସ୍ଥତା ହାରରେ ହେଉଛି ବୃଦ୍ଧି, ଅନ୍ୟଦେଶ ତୁଳନାରେ ଭାରତରେ ମୃତ୍ୟୁହାର ଖୁବ୍ କମ୍ ।

573

କନକ ବ୍ୟୁରୋ: ଦେଶରେ କୋରନା ଆକ୍ରାନ୍ତଙ୍କ ସୁସ୍ଥ ହାର ଭଲ ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ । ବର୍ତମାନ ସୁଦ୍ଧା ୩୧ ଦଶମିକ ୭ ପ୍ରତିଶତ ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସାରା ଦୁନିଆରେ କରୋନା ଲଢେଇରେ ଆମ ଦେଶର ମୃତ୍ୟୁହାର ମଧ୍ୟ କମ୍ ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ଚିକିତ୍ସାରେ ୨୨ ହଜାର ୪ଶହ ୫୫ଜଣ ଭଲ ହୋଇଥିବା ମଧ୍ୟ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟ ସୁଚନା ଅନୁସାରେ ଦେଶରେ ୭୦ ହଜାର ୭ଶହ ୫୬ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୨୨ଶହ ୯୩ଜଣଙ୍କର ମୃତ୍ୟୁ ହୋଇଛି । ଆମର ଆରୋଗ୍ୟ ହାର କ୍ରମାଗତ ଭାବେ ବଢିଚାଲିଥିବାବେଳେ ଆମର ମୃତ୍ୟୁହାର ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ୱରେ କରୋନା ଜନିତ ମୃତ୍ୟୁହାର ୭ରୁ ୭.୫ ପ୍ରତିଶତ ଥିବାବେଳେ ଭାରତର ମୃତ୍ୟୁହାର ମାତ୍ର ୩.୨ ପ୍ରତିଶତ ରହିଛି ।