କନକ ବ୍ୟୁରୋ: ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଭଲ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ପଜିଟିଭ୍ ସଂଖ୍ୟା ବଢୁଛି କିନ୍ତୁ ଏହାଠୁ ଅଧିକ ମାତ୍ରାରେ ସୁସ୍ଥ ହାର ବଢୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ବର୍ତ୍ତମାନ ଦେଶରେ ସୁସ୍ଥ ହାର ପାଖାପାଖି ୬୩ ପ୍ରତିଶତ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ଭାରତରେ କରୋନା ରୋଗୀଙ୍କ ସୁସ୍ଥତା ହାର ପ୍ରାୟ ୬୩% ଥିବା ବେଳେ ମୃତ୍ୟୁ ହାର ମାତ୍ର ୨.୭୨% ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

Advertisment

ଅନ୍ୟପଟେ ଭୟ କରନ୍ତୁ ନାହିଁ କାରଣ ଦେଶରେ କରୋନା ମୃତ୍ୟୁ ମାତ୍ର ୨.୭୨ ପ୍ରତିଶତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗତକାଲି ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା ନେଇ ସୂଚନା ଦେଇଥିବା ବେଳେ ଆଜି ଦେଶବାସୀଙ୍କୁ ଏହି ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ  ଆମେ ଚିନ୍ତିତ ନୁହଁ। ଆମେ ପରୀକ୍ଷାକୁ ତ୍ୱରାନ୍ୱିତ କରୁଛୁ, ଯାହା ଦ୍ବାରା ସର୍ବାଧିକ ମାମଲା ଚିହ୍ନଟ ହୋଇ ସେମାନଙ୍କ ଚିକିତ୍ସା ହୋଇପାରିବ ।