ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ପରେ ଯିବେ କଟକ ଏସସିବି, ବାଲେଶ୍ୱର ମେଡିକାଲ

204

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ଏମ୍ସରେ ଡାକ୍ତରଙ୍କ ସହ ବୈଠକ କରି ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ କରିବେ ଆଲୋଚନା । ଏହାପରେ କଟକ ଓ ବାଲେଶ୍ୱର ମେଡିକାଲ ଯାଇ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବକ, ଭୁବନେଶ୍ୱରକୁ ଅଣାଯାଇଛି ୧୬୦ ମୃତଦେହ । ଏମ୍ସ ସମେତ ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଏହି ମୃତଦେହ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ପରିଚୟ ମିଳିନଥିବା ମୃତକଙ୍କ ଡିଏନଏ ସଂଗ୍ରହ ହେବ ବୋଲି ସୂଚନା ମିଳିଛି ।