କରୋନା କାଳରେ ଚାଷୀଭାଇ ମାନଙ୍କ ପାଇଁ ଖୁସି ଖବର ଆଣିଲେ ସରକାର । ଏବେ ଅଧା ଦାମରେ ମିଳିବ ଡିଏପି ସାର

Advertisment
କରୋନା କାଳରେ ଚାଷୀଭାଇ ମାନଙ୍କ ପାଇଁ ଖୁସି ଖବର ଆଣିଲେ ସରକାର । ଏବେ ଅଧା ଦାମରେ ମିଳିବ ଡିଏପି ସାର

କନକ ବ୍ୟୁରୋ : ବଢୁଥିବା ଡିଏପି ସାରର ମୂଲ୍ୟକୁ ନଜରରେ ରଖି କେନ୍ଦ୍ର ସରକାର ଏହା ଉପରେ ସବସିଡି ହାର ବୃଦ୍ଧି କରିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି କି ସାରା ବିଶ୍ୱରେ ଡିଏପିର ଦର ବୃଦ୍ଧି ହୋଇଥିବାରୁ ସରକାରଙ୍କ ତରଫରୁ ଦେଶର କୃଷକ ମାନଙ୍କୁ ଅଧା ଦାମରେ ଡିଏପି ଯୋଗାଇ ଦିଆଯିବ । ଅର୍ଥାତ ଗୋଟିଏ ବ୍ୟାଗ (୫୦ କେଜି) ସାରର ବଜାର ମୂଲ୍ୟ ୨୪୦୦ ଟଙ୍କା ଥିବା ବେଳେ ସରକାରୀ ସବସିଡି ଯୋଗୁ ଏହା ୧୨୦୦ ଟଙ୍କାରେ ଉପଲବ୍ଧ ହେବ ।

ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସାରର ଦାମ କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେଠାରେ ସେ କହିଥିଲେ କି ସାରା ବିଶ୍ୱରେ ଡିଏପିର ଦାମ ବଢୁଥିଲେ ବି ଭାରତୀୟ ଚାଷୀ ମାନଙ୍କୁ ସେହି ପୁରୁଣା ଦାମରେ ଡିଏପି ଯୋଗାଇ ଦିଆଯିବ । କହିରଖୁ କି ଗତବର୍ଷ ବଜାରରେ ଡିଏପି ବ୍ୟାଗ ପ୍ରତି ୧୭ ଶହ ଟଙ୍କା ଥିବା ବେଳେ ସରକାର ଏହା ଉପରେ ୫୦୦ ଟଙ୍କା ସବସିଡି ପ୍ରଦାନ କରୁଥିଲେ । ଫଳରେ ଚାଷୀଭାଇମାନେ ୧୨୦୦ ଟଙ୍କାରେ ଡିଏପି ବ୍ୟାଗ ପାଇପାରୁଥିଲେ । ହେଲେ ଚଳିତ ବର୍ଷ ଡିଏପି ଖୋଲାବଜାରରେ ୨୪୦୦ ଟଙ୍କା (୫୦ କିଲୋ) ହୋଇଥିବା ବେଳେ ସରକାର ସବସିଡି ହାରକୁ ୧୪୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଫଳରେ ଚାଷୀଭାଇମାନେ ଡିଏପି ବ୍ୟାଗ ପୁରୁଣା ଦାମ ଅର୍ଥାତ ୧୨୦୦ ଟଙ୍କାରେ ପାଇପାରିବେ ।

କହିରଖୁ କି ଡିଏପି ସାରର ଦାମ ବୃଦ୍ଧିକୁ ନେଇ ବିରୋଧୀଦଳ କଂଗ୍ରେସ ନେତା ରଣଦୀପ ସୁରଜୱାଲା ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଡିଏପି ସାର ଉପରେ ହୋଇଥିବା ମୂଲ୍ୟବୃଦ୍ଧିକୁ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe