କନକ ବ୍ୟୁରୋ: କରୋନାରେ ପିତାମାତା ପ୍ରାଣ ହରାଇଲେ ଏଣିକି ପିଲାଙ୍କ ସହାୟତା ପାଇଁ ହାତ ଧରିବେ କେନ୍ଦ୍ର ସରକାର । ଆଜି ଏନେଇ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ସୂଚନା ମୁତାବକ, ଏଣିକି କୌଣସି ପିଲାଙ୍କ ପିତାମାତା କରୋନାରେ ଆଖି ବୁଜିଲେ ସେହି ପିଲାମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବ । ଏହାପରେ ତାଙ୍କୁ ୨୩ ବର୍ଷ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
କରୋନାରେ ବାପାମାଆଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ସହାୟତା
ପିଏମ କେୟାର ଫଣ୍ଡରୁ ମିଳିବ ସହାୟତା
ପିଲାଙ୍କୁ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟବୀମା ମିଳିବ
ପିଲାଙ୍କୁ ୧୦ ଲକ୍ଷର ସହାୟତା ରାଶି ମିଳିବ#COVID19India#PMCaresFundpic.twitter.com/knzIvora8F— Kanak News (@kanak_news) May 29, 2021
କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ଦିଆଯିବ । ଏହାସହ ଉଚ୍ଚଶିକ୍ଷା ପାଇଁ ଋଣ ମଧ୍ୟ ଯୋଗାଇଦିଆଯିବ, ଯାହାର ସୁଧ ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ, ୧୮ ବର୍ଷ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନାରେ ପିଲାମାନଙ୍କୁ ସ୍ୱାସ୍ଥ୍ୟବୀମା ଦିଆଯିବ । ପିଲାମାନେ ଆଗାମୀ କାଲିର ଭବିଷ୍ୟତ । ତେଣୁ ସେମାନଙ୍କର ସୁରକ୍ଷା ପାଇଁଁ କେନ୍ଦ୍ର ସରକାର ସବୁକିଛି କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ କରୋନା ମହାମାରୀ ବେଳେ ଏବେ ଅନେକ ଲୋକ ଆଖି ବୁଜୁଛନ୍ତି । ଅନେକ ପିଲା ସେମାନଙ୍କର ବାପା ମାଙ୍କୁ ହରାଇ ଅନାଥ ହେଇଯାଉଛନ୍ତି । ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଅନେକ ପିଲା ଉପକୃତ ହୋଇପାରିବେ ବୋଲି କୁହାଯାଉଛି ।