ବଢିଲା ଆୟକର ରିଟର୍ଣ୍ଣ ଅବଧି । ଆଇଟି ରିଟର୍ଣ୍ଣ ଦାଖଲ ଅବଧି ଜୁନ ୩୦ ଯାଏ ବୃଦ୍ଧି, ବିଳମ୍ବ ପେମେଂଟ ପାଇଁ ସୁଧ ହାର ୧୨ରୁ ୯ ପ୍ରତିଶତ ହ୍ରାସ ।

492

କନକ ବ୍ୟୁରୋ: ବଢିଲା ଆୟକର ରିଟର୍ଣ୍ଣ ଅବଧି । ଆଇଟି ରିଟର୍ଣ୍ଣ ଦାଖଲ ଅବଧି ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି । ଆଧାର ଓ ପାନ ଲିଙ୍କ ଅବଧିକୁ ମଧ୍ୟ ଜୁନ ୩୦ ଯାଏ ବଢାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି ।

ସବୁଠାରୁ ବଡ଼ କଥା ହେଲା କରୋନା ମୁକାବିଲା ନେଇ ଦେଶରେ ଏବେ ଉତ୍କଟ ସମସ୍ୟା ଦେଖାଦେଇଛି । ଚାରିଆଡ଼େ ଲକ ଡାଉନ ପରେ ଏବେ ଯାତାୟତ ସେବା ଠପ୍ ହୋଇପଡ଼ିଛି । ତେଣୁ ଏଭଳ ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏହା ଉପରେ ସୁଧ ହାର ମଧ୍ୟ ହ୍ରାସ ପାଇଛି । ବିଳମ୍ବରେ ପେମେଂଟ କଲେ ୧୨ ପ୍ରତିଶତ ବଦଳରେ ୯ ପ୍ରତିଶତ ସୁଧ ହେବାକୁ ପଡିବ । କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ପ୍ରଦାନ ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି ।