କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା । କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଲୋନ ଗ୍ୟାରେଣ୍ଟି

1,141

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା । ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟିର ସହାୟତା ଘୋଷଣା ହୋଇଥିବା ବେଳେ କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଲୋନ ଗ୍ୟାରେଣ୍ଟି ଦିଆଯାଇଛି ।

ଏହାସହ ୩ ବର୍ଷ ପାଇଁ କୋଭିଡ ଗ୍ୟାରେଣ୍ଟି ଯୋଜନା । ଅନ୍ୟାନ୍ୟ କ୍ଷେତ୍ର ପାଇଁ ୬୦ ହଜାର କୋଟିର ସହାୟତା । ୧.୫ କୋଟିର ଅତିରିକ୍ତ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା । ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଋଣ । ଟୁର ଓ ଟ୍ରାଭେଲ ଏଜେଣ୍ଟକୁ ୧୧ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବ ।

ସେହିପରି ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଭିସା ଦିଆଯିବ । ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଶୁଳ୍କ ଦେବାକୁ ପଡିବ ନାହିଁ । ୨୦୨୨ ମାର୍ଚ୍ଚ ୩୧ ଯାଏଁ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି ଦିଆଯିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।