କନକ ବ୍ୟୁରୋ: ସଂସଦରେ ସମ୍ବଲପୁରୀ ଶାଢ଼ୀ । ଏଭଳି କିଛି ଦୃଶ୍ୟ ଆଜି ରାଜ୍ୟସଭାରେ ଦେଖିବାକୁ ମିଳିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସମ୍ବଲପୁରୀ ଶାଢ଼ୀ ପରିଧାନ କରି ରାଜ୍ୟସଭାରେ କେନ୍ଦ୍ର ବଜେଟକୁ ନେଇ ଅଭିଭାଷଣ ରଖିଥିବା ନଜର ଆସିଛନ୍ତି । ତେବେ ଓଡ଼ିଶାର ସମୃଦ୍ଧ କଳା ଏବଂ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀକୁ ପିନ୍ଧି କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଅଭିଭାଷଣ ଦେଉଥିବା ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
आज राज्यसभा में आदरणीय @nsitharaman जी को केंद्रीय बजट पर पारंपरिक ओडिया परिधान,संबलपुरी साड़ी में अभिभाषण देते देख मन गर्वित हुआ।
ओडिशा की समृद्ध संस्कृति और विश्व प्रसिद्ध पारंपरिक हस्तकला को संसद में पहचान दे कर उन्होंने ओडिया कला एवं संस्कृति को आज एक विशेष सम्मान दिया है। pic.twitter.com/yZDI5Ivr8X
— Dharmendra Pradhan (@dpradhanbjp) July 12, 2019
ସେପଟେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରିଛନ୍ତି । ଆଉ କହିଛନ୍ତି କି, ଆଦରଣୀୟା ନିର୍ମଳା ସୀତାରମଣ ଜୀ କେନ୍ଦ୍ର ବଜେଟ ଅବସରରେ ସମ୍ବଲପୁରୀ ଶାଢୀରେ ରାଜ୍ୟସଭାରେ ଅଭିଭାଷଣ ଦେଉଥିବାର ଦେଖି ଗର୍ବିତ ମନେ ହେଲା । ଏପରିକି ଓଡିଶାର ସମୃଦ୍ଧ ସଂସ୍କୃତି ଏବଂ ବିଶ୍ୱ ପ୍ରସିଦ୍ଧ ପାରମ୍ପରିକ ହସ୍ତକଳାକୁ ସଂସଦରେ ପରିଚୟ କରାଇ ସେ ଓଡିଆ କଳା ଏବଂ ସଂସ୍କୃତିକୁ ଆଜି ଏକ ବିଶେଷ ସମ୍ମାନ ଦେଇଛନ୍ତି ବୋଲି ନିଜ ଟ୍ୱିଟ୍ ଜରିଆରେ କହିଛନ୍ତି ଧର୍ମେନ୍ଦ୍ର ।
ଅନ୍ୟପଟେ କେବଳ ଆଜି ନୁହେଁ ପୂର୍ବରୁ ମଧ୍ୟ ଅନେକଥର ସମ୍ବଲପୁରୀ ଶାଢ଼ୀରେ ନଜର ଆସିଛନ୍ତି ନିର୍ମଳା । ସୂଚନା ମୁତାବକ, ମୋଦି ସରକାରଙ୍କ ପ୍ରଥମ ପାଳିରେ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ, ସେତେବେଳେ ମଧ୍ୟ ନିର୍ମଳାଙ୍କୁ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ ଏଥିରୁ ଏହା ସ୍ପଷ୍ଟ ଯେ, ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ ସମ୍ବଲପୁରୀ ଶାଢ଼ୀ ପ୍ରତି ନିର୍ମଳାଙ୍କ ଦୁର୍ବଳତା ରହିଛି ।