ଓଡିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ । ପଢନ୍ତୁ, ସ୍କୁଲ ଖୋଲିବା ପରେ କଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Advertisment
ଓଡ଼ିଶାରେ ରହିଛି ଗଭର୍ଣ୍ଣାନ୍ସର ଅଭାବ । ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଓଡ଼ିଶାରେ ଚିନ୍ତାଜନକ: ଧର୍ମେନ୍ଦ୍ର ପ୍ରଧାନ

The Union Minister for Petroleum & Natural Gas and Steel, Shri Dharmendra Pradhan holding a press conference on Cabinet Decisions, in New Delhi on December 30, 2020.

କନକ ବ୍ୟୁରୋ: ଓଡିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢିଛନ୍ତି । ନିଜ ସାଙ୍ଗ, ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି । ସୋମବାର ରାଜ୍ୟରେ ସ୍କୁଲ ଖୋଲିବା ପରେ ଟୁଇଟ୍ କରି ଏପରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ପିଲାମାନେ ଭୟଭୀତ ନହୋଇ ପ୍ରତିଦିନ ମାସ୍କ ପିନ୍ଧି ସ୍କୁଲ ଯାଆନ୍ତୁ ଓ ମନ ଦେଇ ପାଠ ପଢନ୍ତୁ । ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କୋଭିଡ୍ ନିମୟକୁ ମାନି ସେମାନେ ନିଜର ଓ ଛାତ୍ରଛାତ୍ରୀମାନଙ୍କର ସଠିକ୍ ଯତ୍ନ ନିଅନ୍ତୁ । ଯାହାଦ୍ୱାରା ଆମେ ଆମ ପିଲାମାନଙ୍କୁ ମହାମାରୀଠାରୁ ରକ୍ଷା କରିବା ସହିତ ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବା ବୋଲି ଟୁଇଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe