କନକ ବ୍ୟୁରୋ: ଓଡିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢିଛନ୍ତି । ନିଜ ସାଙ୍ଗ, ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି । ସୋମବାର ରାଜ୍ୟରେ ସ୍କୁଲ ଖୋଲିବା ପରେ ଟୁଇଟ୍ କରି ଏପରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ପିଲାମାନେ ଭୟଭୀତ ନହୋଇ ପ୍ରତିଦିନ ମାସ୍କ ପିନ୍ଧି ସ୍କୁଲ ଯାଆନ୍ତୁ ଓ ମନ ଦେଇ ପାଠ ପଢନ୍ତୁ । ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କୋଭିଡ୍ ନିମୟକୁ ମାନି ସେମାନେ ନିଜର ଓ ଛାତ୍ରଛାତ୍ରୀମାନଙ୍କର ସଠିକ୍ ଯତ୍ନ ନିଅନ୍ତୁ । ଯାହାଦ୍ୱାରା ଆମେ ଆମ ପିଲାମାନଙ୍କୁ ମହାମାରୀଠାରୁ ରକ୍ଷା କରିବା ସହିତ ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବା ବୋଲି ଟୁଇଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢ଼ିଛନ୍ତି । ନିଜ ସାଙ୍ଗ, ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି । pic.twitter.com/82xinMCzF3
— Dharmendra Pradhan (@dpradhanbjp) February 7, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/The_Union_Minister_for_Petroleum__Natural_Gas_and_Steel_Shri_Dharmendra_Pradhan_holding_a_press_conference_on_Cabinet_Decisions_in_New_Delhi_on_December_30_2020.jpg)