କନକ ବ୍ୟୁରୋ: ନିଟ୍ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ, ମୁଁ କଥା ଦେଉଛି ରିପୋର୍ଟ ସାମ୍ନାକୁ ଆସିବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କୌଣସି ବି ବଡ ବ୍ୟକ୍ତି ଏଥିରେ ସାମିଲ ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସ୍ୱଚ୍ଛତା ସହ କୌଣସି ସାଲିସ ହେବ ନାହିଁ । ପୂରା ଘଟଣାରେ ଏକ କମିଟି ଗଠନ କରାଯିବ । ସମ୍ବେଦନଶୀଳ ଘଟଣାରେ ରାଜନୀତି କରାନଯାଉ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଆମର ପ୍ରାଥମିକତା ।