ଖରିଫ ଫସଲ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ବର୍ଷ ୨୦୨୩-୨୪ ପାଇଁ ଖରିଫ ଶସ୍ୟ ଉପରେ ଏମ୍ଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି

262

କନକ ବ୍ୟୁରୋ : ଡାଲିର ବଢୁଥିବା ଦରଦାମକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି ନେଇଛନ୍ତି । ଖରିଫ ଫସଲ ଶସ୍ୟ ଉପରେ ଏମ୍ଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ବର୍ଷ ୨୦୨୩-୨୪ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର । ଧାନ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇ କ୍ୱିଂଟାଲ ପ୍ରତି ୨ହଜାର ୪୦ରୁ ୨ ହଜାର ୧୮୩ କରାଯାଇଛି । ସେହିପରି ହରଡ ଡାଲି ଉପରେ ଏମ୍ଏସପି ୪୦୦ ଟଙ୍କା ବଢାଇ କ୍ୱିଟାଲକୁ ୭ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ବୁଟ ଡାଲି ଉପରେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ୩୫୦ ଟଙ୍କା ବଢାଇଛନ୍ତି କେନ୍ଦ୍ର ସରକାର । ମୁଗ ଡାଲି ଉପରେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇ ୭ହଜାର ୭୫୫ରୁ ୮ହଜାର ୫ଶହ୫୮ କରାଯାଇଛି ।