କନକ ବ୍ୟୁରୋ : ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ବିଲକୁ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯିବ । ଆଜି କିମ୍ବା ବୁଧବାର ଲୋକସଭାରେ ଏହି ବିଲକୁ ଆଗତ କରିପାରନ୍ତି ସରକାର । ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ ।

Advertisment

ରବିବାର ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ । ବିଜେଡି ବି ବିଲ ପାସ କରିବାକୁ ମତ ରଖିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅମିତ୍ ଶାହ, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀ, ଏସ୍. ଜୟଶଙ୍କର, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ । ବିଲ ପାସ ହେଲେ ଏହା କେନ୍ଦ୍ରର ଏକ ଐତିହାସିକ ନିଷ୍ପତି ହେବ ।

ବିଜେପି ଓ ଅନ୍ୟ ଦଳ ପାଇଁ ମହିଳା ସଂରକ୍ଷଣ ବିଲ୍ ଗୁରୁତ୍ୱପୂର୍ଣ୍ଣ କାହିଁକି? ବିଲ ପାସ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।

- ମହିଳା ସଂରକ୍ଷଣ ବିଲ ପାସ କରିବାରେ ୨୭ ବର୍ଷରେ ୪ ସରକାର ଫେଲ ମାରିଛନ୍ତି
- ବିଜେପି ଏଜେଣ୍ଡାରେ ମହିଳା ସଂରକ୍ଷଣ ବିଲ୍ ଅଛି
- ବାଜପେୟୀ ସରକାର ସମୟରେ ଏହାକୁ ପାସ କରିବାକୁ ଉଦ୍ୟମ ହୋଇଥିଲା
- ବହୁମତ ଅଭାବରୁ ବିଲ୍ ପାସ ହୋଇପାରିନଥିଲା
-୨୦୧୯ରେ ବିଜେପି ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍ ଥିଲା
- ଉପରାଷ୍ଟ୍ରପତି ବିଲ୍ ପାସ କରିବା ସପକ୍ଷରେ ମତ ଦେଇସାରିଛନ୍ତି
-୨୭ ବର୍ଷ ହେଲା କେବଳ ଚର୍ଚ୍ଚାରେ ଅଛି ବିଲ୍
-୨୦୧୦ରେ ମନମୋହନ ସରକାର ରାଜ୍ୟସଭାରେ ବିଲ୍ ପାସ କରିଥିଲେ
- ଲୋକସଭାରେ ସଂଖ୍ୟା ନଥିବାରୁ ବିଲ୍ ପାସ ହୋଇପାରିନଥିଲା
-୨୦୧୯ ତଥ୍ୟ ଅନୁସାରେ ଦେଶରେ ୪୪ କୋଟି ମହିଳା ଭୋଟର
-୨୦୧୯ ନିର୍ବାଚନରେ ବିଜେପିକୁ ୩୭ ପ୍ରତିଶତ ଓ କଂଗ୍ରେସକୁ ୨୦ ପ୍ରତିଶତ ମହିଳାଙ୍କ ସମର୍ଥନ
- ଲୋକସଭାରେ ବର୍ତମାନ ମାତ୍ର ୭୮ ମହିଳା ସାଂସଦ
- ରାଜ୍ୟସଭାରେ ୨୫୦ ସଦସ୍ୟଙ୍କ ମଧ୍ୟରୁ ମହିଳା ସାଂସଦଙ୍କ ସଂଖ୍ୟା ୩୨
- ମୋଦି କ୍ୟାବିନେଟରେ ମହିଳାଙ୍କ ଭାଗୀଦାରୀ ମାତ୍ର ୫ ପ୍ରତିଶତ
- ଆନ୍ଧ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍
- ୟୁପି,ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଏହି ସଂଖ୍ୟା ୧୫ ପ୍ରତିଶତରୁ କମ୍
- ସୋନିଆ ଗାନ୍ଧି ବିଲ ପାସ କରିବା ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି