ମୁସଲମାନ ମହିଳାଙ୍କ ପାଇଁ ଐତିହାସିକ ଦିନ : କ୍ୟାବିନେଟରେ ତିନି ତଲାକ ଅଧ୍ୟାଦେଶକୁ ମିଳିଲା ମଂଜୁରୀ

75

କନକ ବ୍ୟୁରୋ : ମୁସଲମାନ ମହିଳାଙ୍କ ଅଧିକାର ପାଇଁ ଐତିହାସିକ ଦିନ । ତିନି ତଲାକକୁ ନେଇ ଅଧ୍ୟାଦେଶକୁ ମଞ୍ଜୁରୀ ଦେଲେ କେନ୍ଦ୍ର କ୍ୟାବିନେଟ । ଏହି ଅଧ୍ୟାଦେଶ ଅନୁସାରେ ଆଜିଠାରୁ ତଲାକ ଏକ ଅପରାଧ ଭାବେ ବିବେଚିତ ହେବ । ଏହି ଅଧ୍ୟାଦେଶ ୬ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଅଧ୍ୟାଦେଶକୁ ବଳବତ୍ତର ରଖିବା ପାଇଁ ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ପୁଣି ସଂସଦରେ ତଲାକ୍-ଇ-ବିଦତ୍ ବିଲକୁ ପୁଣି ଥରେ ପାରିତ କରାଇବାକୁ ହେବ ।

ଅନ୍ୟପଟେ ଅଧ୍ୟାଦେଶ ଆସିବା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା କହିଛନ୍ତି ମୋଦି ସରକାର ମୁସଲିମ୍ ମହିଳାଙ୍କୁ ଅଧିକାର ଦେବା ପକ୍ଷରେ ନାହାଁନ୍ତି । କେବଳ ପ୍ରସଙ୍ଗରେ ରାଜନୀତି କରୁଛନ୍ତି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିବାବେଳେ ରାଜ୍ୟସଭାରେ ବିରୋଧୀଙ୍କ ବିରୋଧ ଯୋଗୁଁ ଅଟକି ରହିଥିଲା । ବିରୋଧୀ ଦଳଙ୍କ ବିରୋଧ ପରେ ମୁସଲିମ ମହିଳା ଅଧିକାର ବିଲରେ ସଂଶୋଧନ ଆଣିଥିିଲେ ସରକାର । ପୂର୍ବରୁ ସୁପ୍ରିମକୋର୍ଟ ତିନ ତଲାକକୁ ଅସାମ୍ବିଧାନିକ କହିଥିଲେ ।

ବିରୋଧ ବଢ଼ିବାରୁ ଅଗଷ୍ଟ ମାସରେ ସରକାର ‘ମୁସ୍ଲିମ୍ ଉଇମିନ୍ ପ୍ରୋଟେକ୍ସନ୍ ଅଫ୍ ରାଇଟସ୍ ଅନ୍ ମ୍ୟାରେଜ୍ ବିଲ୍’ରେ ତିନିଟି ସଂଶୋଧନକୁ ଅନୁମୋଦନ କରିଥିଲେ। ନୂଆ ସଂଶୋଧନ ଅନୁସାରେ, ପ୍ରସ୍ତାବିତ ଆଇ ଜାମିନ-ବିହୀନ ହେବ। ଦୋଷୀ ବିଚାର ପୂର୍ବରୁ ଜାମିନ ପାଇଁ ମାଜିଷ୍ଟ୍ରେଟଙ୍କୁ ଆବେଦନ ପରି ପାରିବ। ଜାମିନ-ବିହୀନ ଆଇନ ଅଧୀନରେ ଥାନାରେ ପୁଲିସବାଲା ଜାମିନ ଦେଇ ପାରିବ ନାହିଁ।

ଅନ୍ୟ ଏକ ସଂଶୋଧନ ଏହାକୁ ସ୍ପଷ୍ଟ କରିଛି ଯେ ଯଦି ପୀଡ଼ିତା (ପତ୍ନୀ), ତାଙ୍କର ରକ୍ତ ସମ୍ପର୍କୀୟ କିଂବା ବିବାହ ଯୋଗୁଁ ତାଙ୍କର ସମ୍ପର୍କୀୟ ହୋଇଥିବା କୌଣସି ବ୍ୟକ୍ତି ଅଭିଯୋଗ କଲେ ଯାଇ ପୁଲିସ ମାମଲା ରୁଜୁ କରିବ।

ତୃତୀୟ ସଂଶୋଧନ ତଡ଼ିତ ତିନ ତଲାକକୁ ‘କମ୍ପାଉଡେବଲ୍’ ଅପରାଧ ବିବେଚିତ କରିଛି। ଏ କ୍ଷେତ୍ରରେ ପତିପତ୍ନୀଙ୍କ ମଧ୍ୟରେ ବିବାଦ ମେଣ୍ଟାଇବାକୁ ଜଣେ ମାଜିଷ୍ଟ୍ରେଟ୍ ନିଜର କ୍ଷମତା ପ୍ରୟୋଗ କରି ପାରିବେ। ‘କମ୍ପାଉଡେବଲ୍’ ମାମଲାରେ ଉଭୟ ପକ୍ଷ ମାମଲା ପ୍ରତ୍ୟାହାର ପାଇଁ ସ୍ୱାଧୀନତା ପାଆନ୍ତି। ତଡ଼ିତ ତିନ୍ ତଲାକ୍ ବେଆଇନ୍ ଏବଂ ଅସାମ୍ବିଧାନିକ ବୋଲି ଗତ ବର୍ଷ ଅଗଷ୍ଟ ମାସରେ ସୁପ୍ରିମ୍ କୋର୍ଟ ରାୟ ଶୁଣାଇଥିଲେ।