କନକ ବ୍ୟୁରୋ: କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ । ଏହିଦିନ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଳିଥିବା ସୂଚନା ମୁତାବକ, ୧୮ ତମ ଲୋକସଭାର ବଜେଟ୍ ଅଧିବେଶନ ଜୁଲାଇ ୨୨ ତାରିଖରୁ ଆରମ୍ଭ ହେଇ ଅଗଷ୍ଟ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, କେନ୍ଦ୍ରରେ ପୁଣିଥରେ କ୍ଷମତାକୁ ଆସିଛି ମୋଦୀ ସରକାର । ଆଉ ୩ୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ହେବ ମୋଦୀ ସରକାରର ପ୍ରଥମ ବଜେଟ୍ । ତେଣୁ ଏଥର ବଜେଟରେ କେଉଁ ବିଭାଗକୁ କେତେ ଟଙ୍କା ଘୋଷଣା ହେଉଛି, ତା ଉପରେ ରହିଛି ସମସ୍ତଙ୍କର ନଜର...