କନକ ବ୍ୟୁରୋ : ଫେବୃୟାରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଉପସ୍ଥାପନ କରିବାକୁ ଯାଉଛନ୍ତି ୨୦୨୪ ଆର୍ଥିକ ବର୍ଷର କାମଚଳା ବଜେଟ । କାମଚଳା ବଜେଟ ହୋଇଥିବାରୁ ଚଳିତ ଥର କିଛି ଜରୁରୀ ଘୋଷଣା ହେବା ଭଳି ଆକଳନ କରାଯାଉ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପରେ ଏପ୍ରିଲ ଶେଷରେ ସମ୍ପୁର୍ଣ୍ଣ ବଜେଟ ଆସିବ ।

Advertisment

ହେଲେ ଗତ କିଛି ବର୍ଷ ଧରି ବଜେଟ ଉପସ୍ଥାପନ ଫେବୃୟାରୀ ପ୍ରାରମ୍ଭରେ କାରାଯାଉଛି ଯାହାକି ଆଗରୁ ଏହି ମାସର ଶେଷ ଭାଗରେ କରାଯାଉଥିଲା । ହେଲେ ଏହା ପଛର କାରଣ କଣ ରହିଛି ଅନେକ ଜାଣି ନଥାଇ ପାରନ୍ତି । ପ୍ରଥମ ଥର ପାଇଁ ୨୦୧୭ ରେ ବଜେଟ ଉପସ୍ଥାପନ କରିବା ତାରିଖରେ ପରିବର୍ତ୍ତନ କରାଯାଇଥିଲା । ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭ ର କାମ ଚଳା ବଜେଟ ପଢିବା ବେଳେ ଆଗକୁ ସର୍ବଦା ଫେବୃୟାରୀ ପ୍ରଥମରେ ହିଁ ବଜେଟ ଉପସ୍ଥାପନ କରାଯିବା ନେଇ ଘୋଷଣା କରିଥିଲେ ।

କଣ ରହିଛି କାରଣ
ପ୍ରକୃତରେ ଫେବୃୟାରୀ ଶେଷରେ ବଜେଟ ଉସ୍ଥାପନା କରିବା ପ୍ରଥା ବ୍ରିଟିଶ ଉପନିବେଶବାଦର ଏକ ଅଂଶ ଥିଲା । ଏହି ନିୟମ କାହିଁ କେଉଁ କାଳରୁ ଭାରତରେ ଚାଲି ଆସୁଥିଲା । ଭାରତ ବର୍ତ୍ତମାନ ସ୍ୱାଧୀନ ତଥା ନିଜ ଶାସନ ସୁଚାରୁ ରୂପେ ସମ୍ଭାଳୁଛି । ଏଣୁ ଏହି ବ୍ରିଟିଶ ଛାପକୁ ଛଡାଇବା ପାଇଁ ବଜେଟ ଉପସ୍ଥାପନର ତାରିଖ ପରିବର୍ତନ କରାଯାଇଥିଲା । ବ୍ରିଟିଶ ଶାସନରୁ ମୁକ୍ତି ତ ମିଳିଲାଣି ହେଲେ ଆମ ଚାରି ପାଖେ ଅନେକ କିଛି ଏମିତି ବ୍ୟବସ୍ଥା ରହିଛି ଯାହାକି ବ୍ରିଟିଶ ଶାସନର ମନେ ପକାଇଦିଏ । ସ୍ୱତନ୍ତ୍ର ଭାରତ ନିଜ ନିୟମ ଲାଗୁ କରିବା ଉଚିତ ଓ ଏଥି ପାଇଁ ଆଗରୁ ଭିନ୍ନ ଭିନ୍ନ ଭାବେ ଉପସ୍ଥାପନ କରାଯାଉଥିବା ରେଳ ବଜେଟକୁ ମଧ୍ୟ ଅରୁଣ ଜେଟଲୀ ସାଧାରଣ ବଜେଟ ସହ ମିଶାଇ ଦେଇଥିଲେ ।

ବଜେଟ ଉପସ୍ଥାପନର ସମୟ ସଂଧ୍ୟ୍ୟା ୫ ଟା ରହିଛି ଏହା ମଧ୍ୟ ବ୍ରିଟିଶର ଅବଦାନ , ଯାହାକୁ ପରିବର୍ତନ କରିବା ପାଇଁ ଜେଟଲୀ ଚାହିଁଥିଲେ ହେଲେ ଏପର୍ଯ୍ୟନ୍ତ ତାହା ପରିବର୍ତନ କରାଯାଇ ନାହିଁ । ଆଗରୁ ୧୯୯୯ ମସିହା ଅଟଳ ବିହାରୀ ବାଜପେୟୀଙ୍କର ଏନ.ଡି.ଏ ସରକାର ସମୟରେ ତକ୍ରାଳୀନ ଅର୍ଥ ମନ୍ତ୍ରୀ ୟଶବନ୍ତ ସିଂ ମଧ୍ୟ ଉପସ୍ଥାପନା ସମୟ ସଂଧ୍ୟ୍ୟା୫ ଟା ପରିବର୍ତେ ସକାଳ ୧୧ଟା କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହାକୁ ନେଇ ଚର୍ଚ୍ଚା ହୋଇଥିଲେ ହେଁ କିଛି ପରିବର୍ତନ ହୋଇ ନଥିଲା ।