ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

190

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେନ୍ଦ୍ର ସରକାର ଗୋଟିଏ ପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାପୂର୍ବରୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବ । ଫେବୃଆରୀ ୧ ତାରିଖରେ ଆସିବ ଏହି ଅନ୍ତରୀଣ ବଜେଟ୍ । ନିର୍ବାଚନକୁ ନଜରରେ ରଖି ସାଧାରଣ ଲୋକଙ୍କୁ ଆକର୍ଷିତ କଲାଭଳିି ବଜେଟ୍ ପ୍ରସ୍ତୁତ କରି ପାରନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । କୁହାଯାଉଛି ଏହି ବଜେଟ୍ରେ କିଛି ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଏଥର ବଜେଟ୍ରେ କିଛି ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର । ଆୟକର ସୀମାରେ ବି ପରିବର୍ତନ ହୋଇପାରେ ।