କନକ ବ୍ୟୁରୋ : ବଜେଟ ୨୦୨୪ରେ ସବୁଠୁ ଅଧିକ ଫୋକସରେ ରହିଥିଲା ଆନ୍ଧ୍ରପ୍ରଦେଶ ଓ ବିହାର । ସ୍ବତନ୍ତ ରାଜ୍ୟର ମାନ୍ୟତା ଦାବିକୁ ଯଦିଓ କେନ୍ଦ୍ର ସରକାର ମାନି ନାହାଁନ୍ତି ତଥାପି ତାଙ୍କୁ ଖୁସି କରିବାକୁ ସମସ୍ତ ଯତ୍ନ କରିଛନ୍ତି । ଉଭୟ ସହଯୋଗୀ ଦଳ ଟିଡିପି ଓ ଜେଡିୟୁ ସହଯୋଗରେ କେନ୍ଦ୍ରରେ ସରକାର କରିପାରିଛି ବିଜେପି । ଏଭଳି ସ୍ଥଳରେ ଦାବି ପ୍ରତ୍ୟାଖାନ କରିବା ପରେ ସେମାନଙ୍କ ମାନଭଂଜନ କରିବାକୁ ବଜେଟରେ ଚେଷ୍ଟା କରିଛନ୍ତି ସରକାର । କହିବାକୁ ଗଲେ ଆନ୍ଧ୍ର ଓ ବିହାର ପାଇଁ ଅର୍ଥ ଭଣ୍ଡାର ଖୋଲିଦେଇଛନ୍ତି ସରକାର । ବିହାର ପାଇଁ ୫୮ ହଜାର ୯ଶହ କୋଟି କୋଟି ଟଙ୍କା ବଜେଟ ଘୋଷଣା କରାଯାଇଛି । ବିହାରର ତିନୋଟି ପ୍ରୋଜେକ୍ଟ ଉପରେ ଫୋକସ କରାଯାଇଛି ।
ବିହାର ପାଇଁ ବଡ଼ ବଜେଟ
ରାଜମାର୍ଗ ପ୍ରୋଜେକ୍ଟ ପାଇଁ ୨୬ହଜାର କୋଟି
ପାୱାର ପ୍ରୋଜେକ୍ଟ ପାଇଁ ୨୧ହଜାର ୪ଶହ କୋଟି
ବନ୍ୟା ମୁକାବିଲା ପାଇଁ ୧୧ହଜାର ୫ଶହ କୋଟି
ଆନ୍ଧ୍ରପ୍ରଦେଶ ପାଇଁ ୧୫ହଜାର କୋଟି ଟଙ୍କା ଘୋଷଣା କରାଯାଇଛି । ଏଥିସହ ବହୁ ପୋଲାଭରଭ ପାଇଁ ସ୍ବତନ୍ତ୍ର ବଜେଟ ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶର ପୁର୍ନଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଥିବା କହି ବଜେଟ ଘୋଷଣା କରିଥିଲେ । ସରକାର କହିଛନ୍ତି ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶକୀୟ ପୁଞ୍ଜି ପ୍ରଦାନ କରାଯାଉଛି । ରାଜ୍ୟର ବିମାନବନ୍ଦର, ମେଡିକାଲ କଲେଜ,କ୍ରୀଡା ସମ୍ବନ୍ଧିତ ବିକାଶ ଯୋଜନାକୁ ଅଧିକ ଫୋକସରେ ରଖାଯାଇଛି
ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ସରକାର ନମାନିବା ପରେ ଭାଲେଣିରେ ପଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏପରିକି ବିରୋଧୀ ଦଳ ବି ପ୍ରଶ୍ନ ଉଠାଇଲେଣି । ଏଭଳି ସ୍ଥଳରେ ୫୮ହଜାର ୯ଶହ କୋଟିର ବଜେଟନୀତୀଶଙ୍କୁ ମୋଦୀ ସରକାର ମନେଇ ପାରିବ କି ନାହିଁ ତାଉପରେ ନଜର ।