କନକ ବ୍ୟୁରୋ: ବଜେଟରେ ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କେନ୍ଦ୍ରୀୟ ବଜେଟରେ ଏହି ଦୁଇଟି ରାଜ୍ୟ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମ ସରକାର ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ ବୁଝି, ଆମେ ବହୁପକ୍ଷୀୟ ଏଜେନ୍ସି ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବୁ । ଚଳିତ ଆର୍ଥିକ ବର୍ଷରେ ଓ ଭବିଷ୍ୟତରେ ଅତିରିକ୍ତ ପାଣ୍ଠି ସହିତ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।
#ଆନ୍ଧ୍ରପ୍ରଦେଶ_ବିହାର_ପାଇଁ_ବଡ_ଘୋଷଣା
ସରକାର ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପ୍ରୟାସ କରିଛନ୍ତି।ଚଳିତବର୍ଷ ଓ ଭବିଷ୍ୟତରେ ଅତିରିକ୍ତ ପାଣ୍ଠି ସହ ୧୫ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ବିହାରରେ ବିମାନ ବନ୍ଦର,ମେଡିକାଲ କଲେଜ ଓ ଖେଳ ଭିତ୍ତିଭୂମି ନିର୍ମାଣ କରାଯିବ #Budget2024 pic.twitter.com/tuzbHVKWj8— Kanak News (@kanak_news) July 23, 2024
ସେହିପରି ବକ୍ସରରେ ଗଙ୍ଗା ନଦୀ ଉପରେ ନିର୍ମାଣ ହେବ ଦୁଇ ଲେନ୍ ବିଶିଷ୍ଟ ପୋଲ । ଏଥିପାଇଁ ମୋଟ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ଅମୃତସର-କୋଲକାତା ଶିଳ୍ପ କରିଡରରେ ଆମେ ବିହାରର ଗୟାରେ ଉଦ୍ୟୋଗିକ ବିକାଶକୁ ସମର୍ଥନ ଦେବୁ । ଏହା ପୂର୍ବକ୍ଷେତ୍ରର ବିକାଶକୁ ଗତି ଦେବ । ସଡକ ସମ୍ପର୍କ ପରିଯୋଜନାରେ ପାଟନା-ପୂର୍ଣ୍ଣିଆ ଏକ୍ସପ୍ରେସ୍, ବକ୍ସର-ଭାଗଲପୁର ରାଜମାର୍ଗ ଓ ବୋଧଗୟା-ରାଜଗୀର-ବୈଶାଳୀ-ଦରଭଙ୍ଗାର ବିକାଶ ପାଇଁ ମଧ୍ୟ ଆମେ ସହଯୋଗ କରିବୁ ।
ଅନ୍ୟପଟେ ବିହାରରେ ଆଗାମୀ ଦିନରେ ନୂଆ ବିମାନ ବନ୍ଦର, ମେଡିକାଲ କଲେଜ ଓ ଖେଳ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।