କନକ ବ୍ୟୁରୋ : ମଙ୍ଗଳବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ବଜେଟ ଘୋଷଣା ପରେ ଜାରି କରାଯାଇଥିବା ଦସ୍ତାବିଜ ମୁତାବକ ଭାରତ ସରକାର ବିଦେଶୀ ଦେଶମାନଙ୍କୁ ମୋଟା ଅଙ୍କର ସହାୟତା ଦେଉଥିବା ଜଣାପଡିଛି । ଯେଉଁଥିରେ ସବୁଠାରୁ ଅଧିକ ସହାୟତା ଭୂଟାନକୁ ଦିଆଯାଉଥିବା ସ୍ପଷ୍ଟ ହୋଇଛି ।

Advertisment

ଗତବର୍ଷ ତୁଳନାରେ ଚଳିତ ବଜେଟରେ ବିଦେଶ ମାମଲା ମନ୍ତ୍ରଣାଳୟ ପାଇଁ କମ୍ ବ୍ୟୟବରାଦ କରାଯାଇଛି । ୨୦୨୩-୨୪ ବଜେଟରେ ବିଦେଶ ମାମଲା ମନ୍ତ୍ରଣାଳୟ ପାଇଁ ୧୮,୦୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବଜେଟରେ ୨୨,୧୫୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସଂଶୋଧିତ ଅନୁମାନ ମୁତାବକ ୨୦୨୩-୨୪ ବଜେଟରେ ଭାରତ ସରକାର ବିଦେଶୀ ସରକାରଙ୍କୁ ୬,୫୪୧,୭୯ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲା । ଏହି ରାଶି ଚଳିତ ବଜେଟରେ ୫,୬୬୭,୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏବେ ଆସନ୍ତୁ ଦେଖିବା ଭାରତରୁ ସର୍ବଧିକ ସହାୟତା ପାଉଥିବା ୧୦ ଟି ଦେଶ ବାବଦରେ
ଭୂଟାନ - ୨,୦୬୮.୫୬ କୋଟି
ନେପାଳ- ୭୦୦ କୋଟି
ମାଲଦୀପ -୪୦୦ କୋଟି
ମୋରିଶସ – ୩୭୦ କୋଟି
ମ୍ୟାଁମାର- ୨୫୦ କୋଟି
ଶ୍ରୀଲଙ୍କା –୨୪୫ କୋଟି
ଆଫଗାନିସ୍ତାନ- ୨୦୦ କୋଟି
ଆଫ୍ରିକୀୟ ଦେଶ –୨୦୦ କୋଟି
ବାଂଲାଦେଶ –୧୨୦ କୋଟି
ସେଶେଲ୍ସ –୪୦ କୋଟି
ଲାଟିନ ଆମେରିକା ଦେଶ –୩୦ କୋଟି