ପର୍ଯ୍ୟଟନ କ୍ଷେତ୍ରରେ ସରକାରଙ୍କ ଖାସ୍ ଯୋଜନା । ମିଳିବ ନିଯୁକ୍ତି ସୁଯୋଗ ।

222

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ବଜେଟ୍ । ଏହି ବଜେଟରେ ସ୍ୱାସ୍ଥ୍ୟ, କୃଷି ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ଘୋଷଣା ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ଆଣିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଆରମ୍ଭ ହେବାକୁ ଯାଉଛି ‘ସ୍ୱଦେଶ ଦର୍ଶନ ଯୋଜନା’ ଏବଂ ‘ଅପନା ଭାରତ ସ୍କିମ୍’ ।

ପର୍ଯ୍ୟଟନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଘୋଷଣା:
ଦେଶରେ ଥିବା ୫୦ଟି ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରାଯିବ । ଏସବୁ ସ୍ଥଳୀକୁ ବିକଶିତ କରିବାକୁ ସଜତ୍ନ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରାଯିବ ।

‘ସ୍ୱଦେଶ ଯୋଜନା’ ମାଧ୍ୟମରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ।

ବିଭିନ୍ନ ରାଜ୍ୟର ରାଜଧାନୀ ମାନଙ୍କରେ ୟୁନିଟି ମଲ ଖୋଲିବାକୁ ପ୍ରସ୍ତୁତି । ଏହି ମଲ୍ ଗୁଡିକରେ ଉତ୍ପାଦନ ଗୁଡିକର ବିକ୍ରି ପାଇଁ ପଥ ପ୍ରସ୍ତୁତ କରାଯିବ ।
ପର୍ଯ୍ୟଟନ ସ୍ଥଳମାନଙ୍କରେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।